ବୃନ୍ଦାବାହାଲଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ ହୋଇଯାଇଛି । ପୂର୍ବରୁ ଗୋଲାମୁଣ୍ଡା କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ପ୍ରାଥମିକ କୃଷି ସମବାୟ ସମିତି ଗୋଲାମୁଣ୍ଡା ସମବାୟ ସମିତି ଅଧୀନରେ ଗଣ୍ଡାମେର ଗ୍ରାମପଞ୍ଚାୟତ ଓ ବୃନ୍ଦାବାହାଲ ଗ୍ରାମପଞ୍ଚାୟତ ରହିଥିଲା । ଦୁଇଗୋଟି ଗ୍ରାମପଞ୍ଚାୟତର ଚାଷୀଙ୍କ ପାଇଁ ବର୍ତ୍ତମାନ ନୂତନ ଭାବେ ବୃନ୍ଦାବାହାଲ ଠାରେ ପ୍ରାଥମିକ କୃଷି ସମବାୟ ସମିତି ସ୍ୱତନ୍ତ୍ର ମାନ୍ୟତା ପାଇ ଆଜି ଉଦଘାଟନ ହୋଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃର ସଭାପତି ଗିରିଷ ଚନ୍ଦ୍ର ବେହେରା, ପରିଚାଳନା ପରିଷଦ ସଦସ୍ୟା ପ୍ରମୋଦିନୀ ରାଉତ, ସମବାୟ ସମିତି ସହକାରୀ ନିବନ୍ଧକ ମିତ୍ରଭାନୁ ବିଶ୍ୱାଳ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ଜିଲାପରିଷଦ ସଭ୍ୟା ହେମାଙ୍ଗିନି ରାଉତ, ବୃନ୍ଦାବାହାଲ ସରପଞ୍ଚ ଦିନେଶ କୁମାର ରାଉତ, ସମିତି ସଭ୍ୟ ଗୋରେଖ ବିଶି ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.