ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ଦହି ପାଣି ବଣ୍ଟନ ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ବିଶ୍ଵନାଥପୁରର ବିଜେପୁର ଛକ ତ୍ରିନାଥ ମନ୍ଦିର ସମ୍ମୁଖରେ ଲାଞ୍ଜିଗଡ଼ ବ୍ଲକ ପିଇଡବ୍ଲୁ ମିଡିଆ ଏସୋସିଏସନ ପକ୍ଷରୁ ଦହି ପାଣି ବଣ୍ଟନ ଓ ଅଂଶୁଘାତ ସଚେତନତା ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ସମାଜସେବୀ ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ବନ ଦଲେଇ, କେ ସନ୍ତୋଷ କୁମାର ପାତ୍ର, ବିଶ୍ଵନାଥପୁର ଏସଆଇ ରଜନୀକାନ୍ତ ଦୋରା, ବୁଦ୍ଦାରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପିଇଡବ୍ଲୁ ମିଡିଆ ଏସୋସିଏସନ୍ ସଭାପତି ନିଲେଶ କୁମାର ନାଗ ସଭାର ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ ଅତିଥି ପରିଚୟ ପ୍ରଦାନ ଓ ଏସୋସିଏସନର ବରିଷ୍ଠ ଉପଦେଷ୍ଟା ବି. ତିରୁପତି ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଜି ବିଶ୍ଵନାଥପୁର ସାପ୍ତାହିକ ବଜାର ଥିବାରୁ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କୁ ଦହି ପାଣି ବଣ୍ଟନ କରାଯାଥିଲା। ଏଥିରେ ଏସୋସିଏସନର ଉପସଭାପତି ଅଜିତ ମାଝୀ, ସହ ସମ୍ପାଦକ ତୁଳସୀରାମ ପ୍ରଧାନୀ, କୋଷାଧ୍ୟକ୍ଷ ପ୍ରଭୁରଞ୍ଜନ ସାମଲ, ସଦସ୍ୟ ମଲୟ ବେନୁଆ, ଦେବାନନ୍ଦ ମାଝୀ, ଦିଲପ ହରିଜନ, ମନୋଜ ଦୋରା, ଦିଲିପ ପଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏସୋସିଏସନ ସଭାପତି ଶ୍ରୀ ନାଗ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.