ସରିଲା ରେତ ବ୍ରିଜ ମରାମତି କାମ: ଖୋଲିଲା ଏନ୍ଏଚ-୨୬, ସହଯୋଗ ପାଇଁ ମୂଖ୍ୟ ଯନ୍ତ୍ରୀ ସମସ୍ତଙ୍କୁ ଦେଲେ ଧନ୍ୟବାଦ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ମରାମତି ପାଇଁ ଅତି ଆବଶ୍ୟକ ଥିବା ଜୋଲକୋ ରାଜପଥ ନିକଟ ରେତ ନଦୀ କାମ ଇତି ମଧ୍ୟରେ ସଂପୂର୍ଣ୍ଣ ହୋଇ ଯାଇଛି । ଏଥିପାଇଁ ତିନି ଦିନ ଧରି ବ୍ରିଜ ଉପରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । କେସିଙ୍ଗା-ଭବାନୀପାଟଣା ଉଭୟ ପଟେ ଯିବା ଆସିବା ପାଇଁ ଜନସାଧାରଣ ଟିକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ଡାଇଭରସନ ରାସ୍ତା ହୋଇଥିଲା । ଏନ୍ଏଚ୍ ବିଭାଗ ପକ୍ଷରୁ ଦିନ ରାତି କାମ କରି ତିନିଦିନ ଭିତରେ କାମ ସାରିଥିଲେ । ବର୍ତ୍ତମାନ ପୂର୍ବ ଭଳି ବ୍ରିଜ ଉପରେ ଗାଡ଼ି ମଟର ଚଳାଚଳ ଆରମ୍ଭ ହେଇ ଗଲାଣି । ଜନ ସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ସହଯୋଗ କରିଥିବାରୁ ମୂଖ୍ୟ ଯନ୍ତ୍ରୀ କେସିଙ୍ଗା ଏନ୍ଏଚ ବିଭାଗ ଅମିତ୍ କୁମାର ଟୁଡୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବାସହ ଆଗକୁ ମଧ୍ୟ ସହଯୋଗ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.