ଗୀତାମୃତ ପାରାୟଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ତରଫରୁ ସପ୍ତଦଶ ଅଧ୍ୟାୟ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପୌରହିତ୍ୟରେ, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ  ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ  ବିନୋଦିନୀ ଦାଶ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ ଏହି ସତସଙ୍ଗ ବିଷୟରେ ପ୍ରାଞ୍ଜଳ ଭାବରେ କରିଥିଲେ । ପ୍ରଶାନ୍ତ କୁମାର ରାଉଳ, ବିନୋଦିନୀ ଦାଶ, ସ୍ନେହ ମିଶ୍ର, ବିଷ୍ଣୁପ୍ରିୟା ପଣ୍ଡା,  ବିଦ୍ୟୁତପ୍ରଭା ମିଶ୍ର ମହାଭଗମାନେ ପ୍ରତ୍ୟେକ ଦୁଇ ଦୁଇଟି ଶ୍ଲୋକର ପାରାୟଣ ସହ ଖୁବ୍ ସୁନ୍ଦର ଭାବରେ ବିଭିନ୍ନ ଉଦାହରଣ ମାଧ୍ୟମରେ ତାତ୍ତ୍ବିକ ଆଲୋଚନା କରିଥିଲେ ।ସତସଙ୍ଗୀ ପାଞ୍ଚ ମହାଭାଗଙ୍କର ବର୍ଣ୍ଣନା ପାଇଁ ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ନିରଞ୍ଜନ ସାହୁ ବହୁତ ବହୁତ ସାଧୁବାଦ ଜଣାଇଥିଲେ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୨ ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ଭଗବତ୍ ଗୀତାର ବିଭିନ୍ନ ଅଧ୍ୟାୟର ଶ୍ଲୋକ ବ୍ୟାଖ୍ୟା ଉପଭୋଗ କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ । ପ୍ରଫୁଲ୍ଲ କୁମାର ଦାସଙ୍କ ଅନୁମତି କ୍ରମେ ସଭାସାଙ୍ଗ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.