ପ୍ଲାଷ୍ଟିକ ବୋତଲ : ଜଳ ନୁହେଁ, ଜହର

ଆଜିକାଲି ପ୍ରାୟ ସମସ୍ତେ ପ୍ଲାଷ୍ଟିକ୍‌ ବୋତଲରୁ ପାଣି ପିଉଛନ୍ତି। ଆଗରୁ ବାହାରକୁ ଗଲେ ଆମେ ବାଧ୍ୟ ହୋଇ ଏହା ବ୍ୟବହାର କରୁଥିବା ବେଳେ ଏବେ ଏହା ଆମ ଘରର ଏକ ଅଂଶ ପାଲଟି ଯାଇଛି। ଘରେ ଘରେ ଲୋକେ ପ୍ଲାଷ୍ଟିକ ବୋତଲ ରଖି ସେଥିରୁ ପାଣି ପିଉଛନ୍ତି। ତେବେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବି‌ଶଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସିଲ୍‌ଯୁକ୍ତ ପ୍ଲାଷ୍ଟିକ୍‌ ବୋତଲରେ ଥିବା ପାଣି, ସ୍ବଚ୍ଛ ମିନେରାଲ୍‌ ୱାଟର୍‌ ବୋଲି ଲେଖାଥାଏ। କିନ୍ତୁ ଏହି ପାଣି ବୋରୱେଲ୍‌ର ପାଣି ସହିତ ମିଶିଥାଏ। ତେଣୁ ଏଥିରେ ଅନେକ ପ୍ରକାର ଜୀବାଣୁ ଥାଇପାରେ। ବିଶେଷ ଭାବେ ପ୍ଲାଷ୍ଟିକ୍‌ ବୋତଲରେ ଏହି ସବୁ ଜୀବାଣୁ ଅଧିକ ଦିନ ପର୍ଯ୍ୟନ୍ତ ରହିଥାନ୍ତି। ତେଣୁ ଏହାକୁ ପିଇବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୁଏ। ପ୍ଲାଷ୍ଟିକ୍‌ ବୋତଲରେ ପାଣି ‘‌କେମ୍ପିଲୋବେକ୍ଟର୍‌’ ସଂକ୍ରମଣର କାରକ। ଯାହାକି ଖାଦ୍ୟ ଓ ପାନୀୟଜନିତ ଏକ ରୋଗ। ସାଦା ପାଣିଠାରୁ ବୋତଲ ପାଣିରେ ଅଧିକ ବ୍ୟାକ୍ଟେରିଆ ଥାଏ। ପ୍ଲାଷ୍ଟିକ୍‌ ବୋତଲ ତିଆରି କରିବା ପାଇଁ ପେଟ୍ରୋଲିୟମ୍‌ ଉତ୍ପାଦ ଓ ଅନ୍ୟ ରାସାୟନିକ ପଦାର୍ଥର ବ୍ୟବହାର କରାଯାଏ। ତେଣୁ ଏଥିରେ ଥିବା ପାଣି ପିଇବା ଦ୍ବାରା ଶରୀର ରୋଗଗ୍ରସ୍ତ ହୋଇଥାଏ। ପ୍ଲାଷ୍ଟିକ୍‌ ବୋତଲରେ ଉଷୁମ ପାଣି ରଖିବା ଦ୍ବାରା କାର୍ସିନୋଜେନିକ୍‌ ‌ ସୃଷ୍ଟି ହୁଏ, ଯାହାଦ୍ବାରା କ୍ୟାନସର୍‌ ଭଳି ରୋଗର ଆଶଙ୍କା ବୃଦ୍ଧି ପାଏ। ଗର୍ଭବତୀ ମହିଳାଙ୍କ ପାଇଁ ପ୍ଲାଷ୍ଟିକ୍‌ ବୋତଲର ପାଣି ସମ୍ପୂର୍ଣ୍ଣ ଅସ୍ବାସ୍ଥ୍ୟକର। ଏହାଦ୍ବାରା ପ୍ରସବଜନିତ ଜଟିଳତା ଦେଖାଯାଏ ଏବଂ ଶିଶୁର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.