ସ୍ୱତନ୍ତ୍ର ପରିଚୟ ଦେଇଛି ଓଡ଼ିଶା ମିଲେଟ୍ସ ମିଶନ

ପୁଷ୍ଟିଶସ୍ୟର ପୁନରୁଦ୍ଧାର ସାଙ୍ଗକୁ ଏହାକୁ ଖାଦ୍ୟ ଥାଳିରେ ସାମିଲ କରିବା ପାଇଁ ୨୦୧୭ ମସିହାରୁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଆରମ୍ଭ ହୋଇଥିବା ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିରେ ମିଶନ ଶକ୍ତିକୁ ସଂଯୋଗ କରାଯାଇ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଦିଗରେ ମିଲେଟ୍ ଶକ୍ତି ଆଉଟଲେଟ୍ ଓ ମିଲେଟ୍ ଶକ୍ତି କାଫେର ଦାୟିତ୍ୱ ଦିଆଯାଇଛି । ମେ’ ମାସ ସୁଦ୍ଧା ରାଜ୍ୟରେ ପୁରୀ, କଟକ, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡା, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ୧୪ଟି ସ୍ଥାନରେ ୭ଟି ମିଲେଟ୍ ଶକ୍ତି କାଫେ ଓ ୬ଟି ମିଲେଟ୍ ଶକ୍ତି ବିକ୍ରୟକେନ୍ଦ୍ରରେ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇପାରିଛି । ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୨ଟି ମିଲେଟ୍ ଶକ୍ତି କାଫେ ମଧ୍ୟରୁ ଗୋଟିଏ କାଫେରୁ ଗୋଟିଏ ମାସରେ ସର୍ବାଧିକ ୧୧ ଲକ୍ଷ ରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କାଫେ ଓ ଆଉଟ୍‌ଲେଟ୍ ସ୍ଥାପନ କରିବା ସହ ବିଭିନ୍ନ ସାମଗ୍ରୀ ପାଇଁ ସହାୟତା ଯୋଗାଇ ଦିଆଯାଉଛି । ମହିଳାମାନେ ଏବେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଏହି ମିଲେଟ୍ ଶକ୍ତି ଆଉଟଲେଟରେ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟସାମଗ୍ରୀ ବିକ୍ରି କରିବା ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଏଥିପାଇଁ ମହିଳାମାନଙ୍କୁ ଭୁବନେଶ୍ବର ସ୍ଥିତ ଇଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ୍ ଓ ମହୀଶୂର ସ୍ଥିତ ସେଣ୍ଟ୍ରାଲ ଫୁଡ଼୍ ଟେକ୍ନୋଲୋଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ ପୁଷ୍ଟିଶସ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, କାଫେ ଓ ଆଉଟଲେଟ ପରିଚାଳନାର ପ୍ରଶିକ୍ଷଣ ଦିଆଯାଉଛି । ଏହାସହିତ ଖାଦ୍ୟ ତାଲିକାରେ ଶୁଖିଲା ଓ ରନ୍ଧା ଖାଦ୍ୟଭାବେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ସାମିଲ କରାଯାଇଛି । ଏହି ପୁଷ୍ଟିଶସ୍ୟ ଖାଦ୍ୟ ସାମଗ୍ରୀକୁ ପରଷି ସେମାନେ ଏବେ ଦେଶ ବିଦେଶରେ ପ୍ରଶଂସା ସାଉଁଟିବା ସହ ପୁରସ୍କାର ମଧ୍ୟ ହାସଲ କରିପାରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ‘ମିଲେଟ୍ ଶକ୍ତି କାଫେ’ କରାଯାଇ ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରାଯିବା ନେଇ ଯୋଜନା କରାଯାଇଛି । ଆର୍ଥିକସ୍ତରରେ ଅନଗ୍ରସର ଥିବା ମହିଳାମାନେ ଏବେ ପ୍ୟାରିସ୍‌, ଦୁବାଇ ଭଳି ଅନେକ ସହରରେ ଓଡ଼ିଶା ମିଲେଟ୍ସ ମିଶନ ସହାୟତାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ସହ ପ୍ରଶଂସା ସାଉଁଟିପାରିଛନ୍ତି । ଘରର ଚାରିକୋଣରୁ ବାହାରି ଏବେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି । ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ସୁନ୍ଦରଗଡ ଜିଲ୍ଲାରେ ପୁଷ୍ଟିଶସ୍ୟର ପ୍ରୋତ୍ସାହନ ଏବଂ ଏଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ନେଇ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ୍ ହୋଇଥିଲେ। ତାଲିମ୍ ପାଇ ସେମାନେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟକୁ ନିଜେ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ୨୦୨୧ ମସିହାରେ ମିଲେଟ୍ ଶକ୍ତି କାଫେର ପରିଚାଳନା ଦାୟିତ୍ୱର ସୁଯୋଗ ପାଇଲେ । ଧୀରେ ଧୀରେ କାମ କରିବା ଫଳରେ ସେମାନେ ଅଧିକ ଲାଭପ୍ରଦ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି । ବର୍ତ୍ତମାନ ସେମାନେ ପୁଷ୍ଟିଶସ୍ୟରୁ ୪୦ ପ୍ରକାରର କୁକିଜ୍ ସମେତ ମାଣ୍ଡିଆ ବରା, ପିଠା, ଦୋସା, ଖେଚୁଡ଼ି, ବିରୀୟାନି, ଆଦି ପ୍ରସ୍ତୁତ କରି ଲୋକପ୍ରିୟତା ହାସଲ କରିଛନ୍ତି । ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ୟାରିସଠାରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ସମ୍ମିଳନୀ ସିଆଲ୍-୨୦୨୨, ଗୋଆରେ ହୋଇଥିବା ଖାଦ୍ୟ ପ୍ରଦର୍ଶନୀ ଏବଂ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ନେଇ ଅଂଶଗ୍ରହଣ କରିବାରେ ସୁଯୋଗ ପାଇଥିଲେ । ଏହା ସହ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା “ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ” ଭାବେ ପୁରସ୍କୃତ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.