ପିପଲା ଆଞ୍ଚଳିକ ଯାଦବ ସମିତି ଗଠନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଗଡିଆଜୋର୍ ପଞ୍ଚାୟତ ପିପଲା ବାଲାଜୀ ମନ୍ଦିର ଠାରେ ଗଡିଆଜୋର୍ ପଞ୍ଚାୟତର ପୀପଲା ଗଡିଆଯୋର୍ ଟୁରି ହଳଦୀ ଆମ୍ବଗୁଡ଼ାକୁ ନେଇ ଗଠିତ ହେଇଛି ଆଞ୍ଚଳିକ ଯାଦବ ସମିତି ପିପଲା। ଏହି ଆଞ୍ଚଳିକ ଯାଦବ ମହାସଭାର ସଭାପତି ଭାବେ ସମାଜସେବୀ କାର୍ତ୍ତିକ ଛତ୍ରିଆ, ସାଧାରଣ ସମ୍ପାଦକ ଉପେନ୍ଦ୍ର ବାଗ, କୋଷାଧ୍ୟକ୍ଷ ଦେବୀ ପ୍ରସାଦ ଗୋପାଳ, ଉପସଭାପତି ଯୁଗେଶ୍ୱର ଭାଟି, ସହ ସମ୍ପାଦକ ଉମାକାନ୍ତ ବାଗ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ସଭାପତି ଶଙ୍କର ପ୍ରସାଦ ଯୁଏଡ। ଏଥିରେ ମୁଖ୍ୟ ଅତିଥି ଭାବେ ବଡଘୁମର ଆଞ୍ଚଳିକ ସଭାପତି ନିରାକାର ଗୋପାଳ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ଯାଦବ ମହାସଭାର ଉପସଭାପତି ଡାକେଶ୍ବର ଲହଜଲ, ଧର୍ମଗତ ବ୍ଲକ୍ ଯୁବ ସଭାପତି ଲବଣୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ବ୍ଲକ୍ ସମ୍ପାଦକ ପତିରାମ ହଂସ କରିଥିବା ବେଳେ ଶେଷରେ ଗୋଲେଖ ଚନ୍ଦ୍ର ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.