ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେପିର ଘର ଘର ଜନ ସମ୍ପର୍କ ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତୀୟ ଜନତା ପାର୍ଟି। କେନ୍ଦ୍ରରେ ମୋଦୀ ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ପହଞ୍ଚୁଛି ବିଜେପି। ଏହି କ୍ରମରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏହି ଅଭିଯାନରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, କଳାହାଣ୍ଡି ଜିଲ୍ଲା ବିଜେପି ଉପସଭାପତି ଅନିରୁଦ୍ଧ ପଧାନ ଓ ପ୍ରଶାନ୍ତ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ସାଂସଦ ପ୍ରତିନିଧି ପ୍ରଦୀପ କୁମାର ନାଏକ, ବରିଷ୍ଠ ବିଜେପି ନେତା ଶ୍ରୀକାନ୍ତ ହୋତା, ଦିବାକର ଦୀପ ଏବଂ ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ବ୍ଲକ ସଂଯୋଜକ ତଥା ରୁପ୍ରା ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ରାଜୀବ ଲୋଚନ ପୋଢ ପ୍ରମୁଖ ନର୍ଲା ବ୍ଲକର ଶାନ୍ତପୁର, ଘଣ୍ଟମାଲ, ନର୍ଲା, ରେଖପୁର, ଭାନପୁର, ଘୋଡାବନ୍ଧ, ତୁଲାପଡା, ସେରଗଡ ଆଦି ଗ୍ରାମକୁ ଯାଇ ମୋଦୀ ସରକାରଙ୍କ ସଫଳତାର ବାର୍ତ୍ତା ପ୍ରଚାର କରିବା ସହିତ ଗରିବମାନଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ। ଏହାସହ କେନ୍ଦ୍ର ସରକାରଙ୍କ ଯୋଜନାକୁ କିପରି ଭାବରେ ରାଜ୍ଯ ସରକାର ନିଜ ଯୋଜନା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ସେନେଇ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.