ମନ୍ଦିର ମାଳିନୀ ସୁବର୍ଣ୍ଣପୁରରେ କାଉଡିଆଙ୍କ ପ୍ରବଳ ଭିଡ଼

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ଶ୍ରାବଣ ଦ୍ଵିତୀୟ ସୋମବାର ଉପଲକ୍ଷେ ସୁବର୍ଣ୍ଣପୁର ସହରର ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ଶୈବ ପୀଠ, ଇଷ୍ଟ ଦେବ ଶ୍ରୀ ସୁବର୍ଣ୍ଣମେରୁ ପୀଠ, ଓଁ କାର ନାଥ, ଶ୍ରୀ ପଶ୍ଚିମ ସୋମନାଥ, ଶ୍ରୀ ଗୋକର୍ଣେଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ପଞ୍ଚରଥ ମନ୍ଦିର ପ୍ରମୁଖ ଶୈବ ପୀଠ ମାନଙ୍କରେ ବୋଲବମ କାଉଡ଼ିଆ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି l ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମହାନଦୀ ଘାଟ ଓ ବିଭିନ୍ନ ଘାଟ ରେ ବୁଡ ପକାଇ ହଜାର ହଜାର ଭକ୍ତ ସହରର ସମସ୍ତ ଶୈବ ପୀଠରେ ମହାପ୍ରଭୁ ଶିବଙ୍କୁ ଜଳ ଲାଗି କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସହରରେ ଆଜି କାଉଡ଼ିଆଙ୍କ ଶଙ୍ଖ ଧ୍ୱନି ଓ ଶିବ ନାମ ହରି ନାମ କୀର୍ତ୍ତନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ମନ୍ଦିର କମିଟି ମାନଙ୍କ ପକ୍ଷରୁ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି l ଶାନ୍ତି ଶୃଙ୍ଖଳା ପାଇଁ କମିଟି, ବିଭିନ୍ନ ଅନୁଷ୍ଠାନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି l ଶ୍ରାବଣ ସୋମବାରରେ ଶିବ ପାର୍ବତୀଙ୍କୁ ଦର୍ଶନ ଓ ଜଳ ଲାଗି କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଭକ୍ତଙ୍କ ଦୃଢ଼ ବିଶ୍ୱାସ ରହିଛି l

Udyog Nursery
Udyogi Nursery

ଆଜି ଦ୍ଵିତୀୟ ସୋମବାରରେ ଚାରିଗୋଟି ସଂଯୋଗ ଯୋଗୁଁ ପାଣି ଢ଼ାଳିଲେ ମହା ପୁଣ୍ୟ ହୋଇ ଥାଏ ବୋଲି ବିଶ୍ୱାସ ରହିଛି ଯାହାକି ସୋମାବତୀ ଅମାବାସ୍ୟା, ହରିଆଳି ଅମାବାସ୍ୟା, ରୁଦ୍ରା ଭିଷେକ ଓ ପୁନର୍ବସୁ ନକ୍ଷତ୍ର ସଂଯୋଗ ପଡୁଥିବାରୁ ସ୍ନାନ ଓ ଦାନ କଲେ ଆଜି ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇ ଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.