କାଲେଶ୍ବର ଶୈବପୀଠରେ ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମନୁଷ୍ୟର ଜୀବନ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ l ସ୍ୱଚ୍ଛ ଅମ୍ଳଜାନ, ସୁଷମ ଖାଦ୍ୟ, ସ୍ୱଚ୍ଛଜଳ ଓ ପ୍ରଦୂଷଣ ମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ପୂରଣ କରିଥାଏ l ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇଁ ଜନସାଧାରଣଙ୍କ ସହଯୋଗରେ ବିଭିନ୍ନ ଜାଗାରେ ବନ ମହୋତ୍ସବ ପାଇଁ ଅନୁରୋଧ କରାଯାଉଛି l ଏବେ ମାନବିକ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ଓ ବୃକ୍ଷରାଜି ପ୍ରତି ଅଧିକ ବିପଦ ରହିଥିବାରୁ ବୃକ୍ଷରୋପଣ ଅଧିକ ଗୁରୁତ୍ବ ବହନ କରୁଛି। ଏହି କ୍ରମରେ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ସ୍ଥିତ ଝାରବନ୍ଧ କାଲେଶ୍ବର ଶୈବପୀଠରେ ସୋମବାର ବୃକ୍ଷରୋପଣ କରାଯାଇଛି। ଏଥିରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଶ୍ରୀ କାଲେଶ୍ବର ମହାଦେବ ଟ୍ରଷ୍ଟର ସଭାପତି ଆଦିତ୍ୟ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ବୃକ୍ଷରୋପଣ କରିବା ସହିତ ବୃକ୍ଷରୋପଣର ପରବର୍ତ୍ତୀ ସୁରକ୍ଷା, ରକ୍ଷଣାବେକ୍ଷଣ ଦାୟିତ୍ୱରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସନତ କୁମାର ପ୍ରଧାନୀ, କିଶନ କୁମାର ପଟ୍ଟନାୟକ, ଜଗଦୀଶ ନାଏକ, ଦୁଷ୍ମନ୍ତ ପାଟ୍ଟଯୋଷୀ, ବିକ୍ରମ ଗୋୟଲ, ବିକାଶ ଗୋୟଲ, ଅରୁଣ ଗୋୟଲ, ସଞ୍ଜୟ ସିଙ୍ଗଲ, ସୋନୁ କୁମାର ଅଗ୍ରୱାଲ ସମେତ ମନ୍ଦିର ପରିଚାଳନା ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.