ସଂଧିକୁଳିଆରୀରେ ମହାଭାରତ ମହାଯଜ୍ଞ ଉଦଯାପିତ

ଦୀର୍ଘ ଏକ ମାସ ଧରି ଚାଲିଥିଲା ମହାଭାରତ ମହାଯଜ୍ଞ

Omkar Vasthu
Omkar Vasthu

୧୧୧ ବ୍ରତୀ ବିଧିପୂର୍ବକ ଶ୍ରବଣ କରିଛନ୍ତି ମହାପୁରାଣ

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି, ନବରଙ୍ଗପୁର ଓ ପଡୋଷୀ ଛତିଶଗଡ  ରାଜ୍ଯରୁ ଆସିଥିଲେ ହଜାର ଶ୍ରଦ୍ଧାଳୁ

Udyog Nursery
Udyogi Nursery

କଳାହାଣ୍ଡି,୧୯/୫ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ସଂଧିକୁଳିଆରୀ ଅମ୍ରକୁଞ୍ଜରେ ଏକମାସ ବ୍ୟାପି ଚାଲିଥିବା ମହାଭାରତ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ମହାଭାରତ ଯଜ୍ଞରେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ପ୍ରଭାକର ନନ୍ଦ ଦାୟିତ୍ୱରେ ରହିଥିଲେ। କର୍ତା ଭାବେ ବିରଞ୍ଚି ବାଗ ଓ ତାଙ୍କ ସହଧର୍ମିଣୀ ଗାୟତ୍ରୀ ବାଗ ଗୁରୁ ଦାଇତ୍ବ ବହନ କରିଥିଲେ।

ଏଠାରେ ମହାଭାରତ ପୁରାଣ ପାରାୟଣ, ପ୍ରବଚନ, ସତସଙ୍ଗ, ରାମଚରିତ ମାନସ, ମହାଭାରତ ପ୍ରସଙ୍ଗ ସହିତ ମହାଯଜ୍ଞ ହୋଇଥିଲା। ମାସେଧରି ଚାଲିଥିବା ଏହିଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଜନତା ଓ ପ୍ରତିଦିନ ପଡୋଶୀ ଛତିଶଗଡ଼ ରାଜ୍ୟ, ପଡ଼ୋଶୀ ନବରଙ୍ଗପୁର ଜିଲ୍ଲା ରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ପରିଚାଳନା ସଭାପତି ତରୁଣ କୁମାର ବାଗ, ଉପସଭାପତି ରକ୍ଷ୍ୟରାମ ବାଗ, ସମ୍ପାଦକ ନରୋତ୍ତମ ବାଗ ଉପଦେଷ୍ଟା ଭାବେ ହୃଷିକେଶ ବାଗ, ଅବସର ପ୍ରାପ୍ତ ବିଏସଏଫ ପଦ୍ମଲୋଚନ ନାଗ, ଛତିଶଗଡ଼ ପୂର୍ବତନ ସଂସଦୀୟ ସଚିବ ଗୋବର୍ଦ୍ଧନ ମାଝୀ, ଯୁଗରାମ ବେହେରା, ଧର୍ମଗଡ ବିଧାୟକ ପ୍ରାର୍ଥୀ ମହୋସଧୀ ବାଗ ପ୍ରମୂଖ ଉପସ୍ଥିତ ରହିଥିଲେ।

ସୂଚନା କେନ୍ଦ୍ର ଦାୟିତ୍ୱରେ ମୃତ୍ୟୁଞ୍ଜୟ ବାଗ, ସଞ୍ଜୟ କୁମାର ବାଗ, କିଶୋର ପ୍ରମୂଖ ଥିବାବେଳେ ଭଣ୍ଡାରଘର ଦାୟିତ୍ୱରେ ଥିଲେ ସୁଦର୍ଶନ ବାଗ। ଏହି ମହା ଭାରତ ଯଜ୍ଞରେ ୧୧୧ବ୍ରତୀ ଏକମାସ ଧରି ପୁରାଣ ଶୁଣିଥିଲେ।ସଂଧିକୁଳିଆରୀ ଗ୍ରାମର ସମସ୍ତ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ।

କଳାହାଣ୍ଡି/ନବରଙ୍ଗପୁର ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta.

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group 👇http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.