ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କୁ ବିଜୁ ଜନତା ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳର ଉପସଭାପତି ପଦବୀରେ ମନୋନୀତ କରିବା ପରେ ଉତ୍ସବ ମୁଖର ହୋଇପଡିଥିଲା ରାୟଗଡା ନିର୍ବାଚନ ମଣ୍ଡଳୀ ବିଜେଡି ଶିବିର । ଆଉ ନିଜ ନେତାକୁ ସ୍ୱାଗତ ଜଣେଇବା ପାଇଁ ଅପେକ୍ଷାରେ ରହିଥିଲେ କର୍ମୀ । ଆଜି ଶ୍ରୀ ରାଓ ଭୁବନେଶ୍ୱରରୁ ରାୟଗଡା ଫେରିଥିବା ବେଳେ ତାଙ୍କୁ ଜିଲ୍ଳାସ୍ତରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ଗୁଣପୁର ଠାରୁ ଆରମ୍ଭ କରି ରାୟଗଡା ପର୍ଯ୍ୟନ୍ତ ବିଜେଡି କର୍ମୀ, ନେତା, ଲୋକ ପ୍ରତିନିଧି ଓ ସମର୍ଥକମାନେ ଭାସ୍କରଙ୍କୁ ଭବ୍ୟ ସ୍ୱାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ରାୟଗଡା ସହର ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ଠାରେ ଭାସ୍କରଙ୍କୁ ଫୁଲତୋଡା, ଫୁଲମାଳ ଦେଇ ବାଣ ଫୁଟାଇ,ବାଜା ବଙ୍କକ୍ସବ ନିଜ ନେତା ଭାସ୍କରଙ୍କୁ କର୍ମୀମାନେ ଆନନ୍ଦଉଲ୍ଳାସରେ ପାଛୋଟି ଆଣିଥିଲେ । ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, କାଶିପୁର ବ୍ଳକର ବରିଷ୍ଠ ବିଜେଡି ନେତା ଜଗଦୀଶ ପାତ୍ର, କାଶିପୁର ବ୍ଳକ ଅଧ୍ୟକ୍ଷ କଣ୍ଠ ମାଝି, ରାଜ୍ୟ ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ଶ୍ରୀମତି ସୁଜାତା ପାଳ, ଚନ୍ଦ୍ରକାନ୍ତ ସାମଲ, କାଉନସିଲର ଶ୍ରୀମତି ଶର୍ମିତା ପାଢୀ, ରାୟଗଡା ବ୍ଳକ ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକାମୋ ଓଡିଶା ଆବାହକ ବିନାୟକ କର, ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଆଲା ଗଙ୍ଗାଧର, ସରପଂଚ ତାମାରାଓ ବିଡିକା, ଅବିନାଶ ବିଶୋଇଙ୍କ ସମେତ ରାୟଗଡା ବିଜୁ ଜନତା ଦଳର ଯୁବ, ଛାତ୍ର, ମହିଳା ସଂଗଠନର ସମସ୍ତ ପଦାଧିକାରୀ ତଥା ନେତୃମଣ୍ଡଳୀ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।
ସେହିପରି ତୁମ୍ବିଗୁଡା ଛକ ଠାରେ ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟା ପୁଲାକା,ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସ୍ୱାଗତ କରିଥିବା ବେଳେ କସ୍ତୁରୀ ନଗର ଛକ, ଷ୍ଟେସନ ଛକ,ଖେତାନାଂଜି ତୋଟା ଛକ, କପିଳାସ ଛକ ଆଦି ସ୍ଥାନଗୁଡିକରେ କାଉନସିଲରମାନଙ୍କ ସମେତ ୱାର୍ଡବାସିନ୍ଦାମାନେ ଫୁଲଚନ୍ଦନ ଦେଇ ସ୍ୱାଗତ କରିଥିଲେ । ଲୋକଙ୍କ ଭଲ ପାଇବା ଓ ସମର୍ଥନ ହିଁ ଜଣେ ଜନ ପ୍ରତିନିଧିଙ୍କର ଶ୍ରେଷ୍ଠ ଉପହାର ବୋଲି ଭାସ୍କର ରାଓ ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସ୍ଥା ଓ ବିଶ୍ୱାସକୁ ରାୟଗଡା ଜିଲ୍ଳାବାସୀ ବଜାୟ ରଖିପାରିଛନ୍ତି ଏବଂ ଆଗକୁ ମଧ୍ୟ ସମସ୍ତଙ୍କ ସମର୍ଥନରେ ଦଳୀୟ ସୁପ୍ରିମୋଙ୍କ ହାତ ମୁଠାକୁ ଆମେ ଟାଣ କରିବା ପାଇଁ ପ୍ରୟାସ ଜାରି ରଖିଥିବୁ ବୋଲି କହିଛନ୍ତି । ରାୟଗଡାରେ ଭାସ୍କର ରାଓଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ବିଜେଡି ସମର୍ଥିତ ବହୁ ଜନ ପ୍ରତିନିଧି ତଥା କର୍ମୀମାନେ ଛକ ଛକରେ ହୋଡିଂ ମାରିଥିବାର ଦେଖିବାକୁ ମିିଳିଥିଲା ।
ଆଗାମୀ ସାଧାରଣ ନିର୍ବାଚନରେ ରାୟଗଡା ଜିଲ୍ଳାର ବିଷମକଟକ, ଗୁଣପୁର ଓ ରାୟଗଡା ନିର୍ବାଚନୀ ମଣ୍ଡଳିର ବିଧାୟକ ପଦବୀ ସହ କୋରାପୁଟ ଲୋକସଭା ସାଂସଦ ପଦବୀରେ ବିଜେଡି ପ୍ରାର୍ଥୀଙ୍କ ବିଜୟକୁ ନେଇ ଗୋଟି ଚାଳନା ତଥା ଋଣନୀତି ପ୍ରସ୍ତୁତ କରିବା ପାଇଁ ରାଜ୍ୟ ବିଜେଡି ନେତୃମଣ୍ଡଳି ଭାସ୍କର ରାଓଙ୍କୁ ଦଳୀୟ ଉପସଭାପତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ହାତରୁ ରାୟଗଡା ଓ କୋରାପୁଟ ସାଂସଦ ପଦବୀ ଖସିପଡିଥିବା ବେଳେ ପୁରୁଣା ଭୁଲକୁ ଆଉ ନ ଦୋହରାଇ ଆଗକୁ ସମସ୍ତେ ଏକଜୁଠ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଜିଲ୍ଳାରେ ବିଜେଡିର ବିଜୟ ବାନା ଉଡାଇବାକୁ ହେବ ବୋଲି ଶ୍ରୀ ରାଓ ବିଜେଡି କର୍ମୀ, ନେତା ଓ ଜନ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।