ବିଜେଡିରେ ମାଡି ବସିଛନ୍ତି ବୟସ ଅତିକ୍ରାନ୍ତ ନେତା, ଯୁବପିଢ଼ିଙ୍କ ପାଇଁ ବାଟ ବନ୍ଦ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଖଲ୍ଲିକୋଟ ବିଜେଡିର ଆଶାୟୀ ମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ଏପରିକି ଏହି ସଂରକ୍ଷଣ ଆସନ ପାଇଁ ଆଶାୟୀ ଥିବା ବିଧାୟକ ପାର୍ଥିମାନେ ଘନ ଘନ ପଂଚାୟତ ଗସ୍ତ କରି ସରପଞ୍ଚ ଓ ସାଧାରଣ ଭୋଟର ମାନଙ୍କୁ ଭେଟୁ ଥିବା ବେଳେ ଅଭାବ ଅସୁବିଧା ମଧ୍ୟ ବୁଝୁଛନ୍ତି। ତେବେ କେତକ ଆଶାୟୀ ପ୍ରାର୍ଥୀ ଚେନ୍ନାଇ ଯାଇ ଖଲ୍ଲିକୋଟର ବରିଷ୍ଠ ନେତ୍ରୀ ସୁଜ୍ଞାନୀ ଦେବୀଙ୍କ ପାଖରେ ଆଜ୍ଞାମାଳ ପାଇଁ ଅଧିଆ ପଡୁଥିବାର ଶୁଣିବାକୁ ମିଳୁଛି। ଅସୁସ୍ଥ ସୁଜ୍ଞାନୀ ସମସ୍ତଙ୍କୁ ଆଶ୍ୱାସନା ଦେଇ ଫେରାଇ ଦେଉଛନ୍ତି। ଖଲ୍ଲିକୋଟରେ ସବୁଆଡେ ରାଜନୈତିକ ଚର୍ଚ୍ଚା ଜୋର ଚାଲିଥିବା ବେଳେ ଗତ ୨୫ ବର୍ଷର ବିଜେଡି ଶାସନରେ କେବଳ ପୁରୁଣା ମୁହଁମାନଙ୍କୁ ଦେଖି ଲୋକମାନେ ଅସହିଷ୍ଣୁ ହୋଇପଡିବା ସହ ପ୍ରାୟ ଅଧିକାଂଶ ନିରପେକ୍ଷ ଭୋଟର ନୂତନ ମୁହଁ ସନ୍ଧାନରେ ରହିଲେଣି। ସର୍ବୋପରି ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଫେସବୁକ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଡିଜିଟାଲ ଲଢେଇକୁ ଜୋରଦାର କରି ମୁହାଁମୁହିଁ ହେଲେଣି। ବିଜେଡିରେ ବର୍ତ୍ତମାନ କ୍ଷମତା କନ୍ଦଳ ଚରମ ସୀମାରେ ପହଂଚିଥିବା ବେଳେ ପ୍ରଭାବହୀନ ବିରୋଧୀଙ୍କୁ ସାଧାରଣ ଲୋକ ଦୋଷାରୋପ କଲେଣି। ଏପରିସ୍ଥଳେ ଖଲ୍ଲିକୋଟ ବିଜେଡିରେ କେତେକ ଅପାଠୁଆ, ଅଦରକାରୀ ଯୁବ, ମହିଳା ସମେତ ବହୁ ବୟସ ଅତିକ୍ରାନ୍ତ ନେତା ଦୀର୍ଘବର୍ଷ ଧରି ମାଡ଼ିବସିଥିବା ବେଳେ ଉଚ୍ଚଶିକ୍ଷିତ ଯୁବ ସଂଗଠକମାନଙ୍କୁ ସଂଗଠନ ଭିତରକୁ ନ ଛାଡି ମାଡି ବସିଥିବାର ଅଭିଯୋଗ ହେଉଛି। ଏପରିକି ବୃଦ୍ଧମାନେ ଯୁବ ବିଜେଡି ସଭାପତି ଭାବେ ରହି ପ୍ରଭାବ ବିସ୍ତାର କରିବା ଫଳରେ କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ କେତକ ମହିଳା ନେତ୍ରୀଙ୍କ ଅନୁପ୍ରବେଶ କାରଣରୁ ମହିଳା କର୍ମୀମାନେ ମୁହଁ ଫେରାଇଇଲେଣି। ତେଣୁ ନିର୍ବାଚନ ପୂର୍ବରୁ ବିଜେଡି ଦଳରୁ ବୟସ ଅତିକ୍ରାନ୍ତ ଓ ପ୍ରଭାବହୀନ ଯୁବ, ଛାତ୍ର, ମହିଳା ପଦାଧିକାରୀଙ୍କୁ ହଟାଇ ଦଳରେ ସୁଶିକ୍ଷିତ ଓ ସଂଗଠନ ଦକ୍ଷତା ଥିବା ନେତାମାନଙ୍କୁ ଛାମୁଆ ସଂଗଠନରେ ନେବା ପାଇଁ କର୍ମୀ ମହଲରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.