ବଡଧାରପୁରରେ ଛତୁ ଚାଷ ସମ୍ପର୍କିତ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଠାରେ ଆମ ଜଙ୍ଗଲ ଯୋଜନା ତରଫରୁ ଛତୁ ଚାଷ ସମ୍ପର୍କିତ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଡଧାରପୁର ସରପଞ୍ଚ ପର୍ଶୁରାମ ହରପାଳ, ସମ୍ମାନିତ ଅତିଥି ଭାବରେ ଶାନ୍ତପୁର ବନପାଳ ଭବାନୀ ଶଙ୍କର ପରିଛା, ମିଶନ ଶକ୍ତି ନର୍ଲା ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ, ବନରକ୍ଷୀ ସୁଶ୍ରୀ ମମତା ଶବର ଯୋଗଦେଇ ଛତୁ ଚାଷ ଦ୍ବାରା କିପରି ସ୍ବାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେନେଇ ଆଲୋକପାତ କରିଥିଲେ। ଏଥିରେ ବଡଧାରପୁର, ହାତୀମୁଣ୍ଡା, ରାତୁଲ, ସାନଧାରପୁର, ଟିକ୍ରାପଡା, ଧୂର୍କୁଟି ବନ ସୁରକ୍ଷା ସମିତି ଅଧୀନସ୍ଥ ୫୭ ଜଣ ବେରୋଜଗାର ଯୁବକ ଯୁବତୀ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଅଂଶ ଗ୍ରହଣ କରି ଛତୁ ଚାଷ ତାଲିମ ନେଇଥିଲେ। ତାଲିମଦାତା ଭାବରେ ଡବ୍ଲୁଏସସି ଭୁବନେଶ୍ୱରରୁ ଅବିନାଶ ପ୍ରଧାନ ଓ ଜଗଦୀଶ କିସାନ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଆମ ଜଙ୍ଗଲ ଯୋଜନା ଦଳପତି ସୁବାଷ ଚନ୍ଦ୍ର ନାଏକ ଓ ଜିଲ୍ଲା ଦକ୍ଷତା ବିକାଶ ସଂଯୋଜକ ରିଖିରାମ ପଟେଲ କାର୍ଯ୍ୟକ୍ରମ ପରିଚଳନା କରିଥିବାବେଳେ ଆମ ଜଙ୍ଗଲ ଯୋଜନାର ବିକାଶ ଅଧିକାରୀ ଉମେଶ ଚନ୍ଦ୍ର ଗଉଡ଼, ରୋମାଞ୍ଚଳ ବାଗ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.