ମଣିପୁର ହିଂସା; ବନ୍ଦ ଘରେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଲେ ଦଙ୍ଗାକାରୀ

ଓଡ଼ିଆ ବାର୍ତ୍ତା/ ମଣିପୁର: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଫୋକସ ଏବେ ମଣିପୁର ଉପରେ ରହିଛି। ମଣିପୁରର କାକଚିଙ୍ଗ ଜିଲ୍ଲାର ଏଭଳି ଅଭାବନୀୟ ଘଟଣା ଘଟିଛି । ୮୦ ବର୍ଷୀୟା ମହିଳାଙ୍କୁ ଘର ଭିତରେ ବନ୍ଦ କରି ବାହାରୁ ନିଆଁ ଲଗାଇ ଦେଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ମେ’ ୨୮ ଭୋର ସମୟରେ ସେରୋଉରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏତିକି ବେଳେ କିଛି ଅସ୍ତ୍ରଶସ୍ତ୍ର ଧରିଥିବା ଲୋକ ଗାଁ ଉପରେ ଆକ୍ରମଣ କରିଥିଲେ । ସେମାନେ ସ୍ୱାଧୀନତା ସଂଗ୍ରାମୀ ଚୂରାଚାନ୍ଦଙ୍କ ଘରକୁ ବାହାର ପଟୁ ଲକ୍‌ କରି ନିଆଁ ଲଗାଇ ଦେଇଥିଲେ। ଫଳରେ ଘର ଭିତରେ ଥିବା ତାଙ୍କର ୮୦ ବର୍ଷୀୟ ପତ୍ନୀ ଜୀବନ୍ତ ଜଳି ପ୍ରାଣ ହରାଇଥିଲେ । ଉକ୍ତ ୮୦ ବର୍ଷୀୟା ମହିଳାଙ୍କ ନାଁ ଇବେତୋମ୍ବି । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦ୍ବାରା ଚୂରାଚାନ୍ଦ ପୁରସ୍କୃତ ‌ହୋଇଥିଲେ । କିନ୍ତୁ ତାଙ୍କ ପତ୍ନୀଙ୍କର ହିଂସାରେ ମୃତ୍ୟୁ ହୋଇଗଲା ।

Omkar Vasthu
Omkar Vasthu

ପ୍ରାଣ ହରାଇଥିବା ଇବେତୋମ୍ବିଙ୍କ ୨୨ ବର୍ଷୀୟ ନାତି ପ୍ରେମକାନ୍ତ ଏବେ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ଘରକୁ ଦେଖି ନିଜ ଲୁହକୁ ସମ୍ବରଣ କରି ପାରୁ ନାହାନ୍ତି। ସେ ମଧ୍ୟ ଅଳ୍ପକେ ମୃତ୍ୟୁମୁଖରେ ସେଦିନ ବଞ୍ଚି ଯାଇଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁକୁ ସେ ଅତି ନିକଟରୁ ଦେଖିଛନ୍ତି । ତାଙ୍କ ଘର ଉପରେ ହଠାତ କିଛି ଲୋକ ଆସି ଆକ୍ରମଣ କରି ଗୁଳି ଚଳାଇଥିଲେ । ତାଙ୍କ ଗୋଡ଼ ଏବଂ ହାତରେ ମଧ୍ୟ ଗୁଳି ବାଜିଥିଲା । ତାଙ୍କ ଜେଜେମା’ ଠିକ୍‌ରେ ଚାଲି ପାରୁନଥିବାରୁ ସେ ତାଙ୍କ ଜେଜେମା’ଙ୍କୁ ଘରୁ ବାହାର କରିବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସମୟରେ ତାଙ୍କ ଜେଜେ ମା’ କହିଥିଲେ, ଏବେ ତୁମେମାନେ ପଳାଅ, ପରେ ମତେ ଆସି ଏଠାରୁ ନେବ । କିନ୍ତୁ ସେମାନେ ଫେରିବା ବେଳକୁ ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଜେଜେମା’ଙ୍କୁ ସେ ବଞ୍ଚାଇ ପାରିନଥିବା କହିଛନ୍ତି । ସେରୋଉ ଥାନାରେ ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.