ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜଙ୍କ ବିୟୋଗରେ ଶୋକ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜଙ୍କ ବିୟୋଗରେ ମ.ରାମପୁର ସ୍ଥିତ ଅନୁଷ୍ଠାନ ଗୃହ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ  ଶୋକ ସଭାରେ ସମ୍ପାଦକ ହେମନ୍ତ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଉପ ସଭାପତି ସୁରେନ୍ଦ୍ର ମହାଖୁଡ଼, ବରିଷ୍ଠ ସଦସ୍ୟ ପରମାନନ୍ଦ ବିଶି, ନାରାୟଣ ମହାଳିକ, ମାନସ ରଞ୍ଜନ ପ୍ରହରାଜ, ବିଭୂତି ଭୂଷଣ ମହାଖୁଡ଼, ଉଦ୍ଧବ ପଣ୍ଡା ପ୍ରମୁଖ ସ୍ବର୍ଗତ ପ୍ରହରାଜଙ୍କ ସ୍ମୃତି ଚାରଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.