ମଲ୍ଲିକମୁଣ୍ଡା ପଞ୍ଚାୟତ ଅବହେଳିତ: ବିଶୁଦ୍ଧ ପାନୀୟ ଜଳ ସଂକଟ ସହ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି ଲୋକେ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୋନପୁର ସଦର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି । ପଞ୍ଚାୟତବାସୀ ସ୍ୱାସ୍ଥ୍ୟ, ପିଇବାପାଣି, ରାସ୍ତା, ଗ୍ରାମ ଆଲୋକୀକରଣ ଇତ୍ୟାଦି ସମସ୍ୟାରେ ଅଛନ୍ତି। ସୋନପୁର ବ୍ଲକର ବହୁ ଗୁଡିକ ପଞ୍ଚାୟତରେ ମେଗା ଜଳ ପକଳ୍ପରେ ଜଳସେଚନ ସଂଯୋଗ ହୋଇଛି । ହେଲେ ମଲ୍ଲିକମୁଣ୍ଡା ପଞ୍ଚାୟତର ବହୁ ଗୁଡିଏ ଗାଁ ଏହି ଜଳସେଚନ ପକଳ୍ପ ରୁ ବଞ୍ଚିତ। ଏହି ପଞ୍ଚାୟତର ପଶ୍ଚିମ ଦିଗ ରେ କୁକୁଡା ନାଳ ପ୍ରବାହିତ, ହେଲେ ଉଠା ଜଳସେଚନ ପକଳ୍ପ ନଥିବାରୁ ଚାଷ ପାଇଁ ଉପଯୋଗ ହେଇପାରୁନାହିଁ। ଆଜି ପର୍ଯ୍ୟନ୍ତ ପଞ୍ଚାୟତରେ ସରକାରୀ ଡାକ୍ତରଖାନା ନାହିଁ। ସାମାନ୍ୟ ଜ୍ଜର ହେଲେ ଲୋକଙ୍କୁ ୭ କି. ମି. ଦୂର ନାରାୟଣପୁର କିମ୍ବା ୨୦ କି. ମି. ଦୂର ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ଯିବାକୁ ପଡୁଛି। ସେହିପରି ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଅଛି, ହେଲେ କର୍ମଚାରୀ କେନ୍ଦ୍ର କୁ ଆସୁନାହାନ୍ତି ଫଳରେ ଚାଷୀମାନେ ହଇରାଣ ହେଉଛନ୍ତି। ବହୁ ଗୁଡିଏ ଗାଁରେ ଆଲୋକୀକରଣ ପାଇଁ ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା ହୋଇନାହିଁ। ଯାହାଦ୍ବାରା ଲୋକେ ରାତି ସମୟରେ ଭୟଭୀତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ମୁଖ୍ଯ ସମସ୍ୟା ରାସ୍ତାଘାଟ । ବିଶେଷ କରି ସାଗରପାଲି ଗ୍ରାମରୁ ମେଦିନିପାଲି ଗ୍ରାମଦେଇ ଗଡିଆ ଗ୍ରାମକୁ ଏବଂ କସୁରପାଲି ଗ୍ରାମରୁ ମଲ୍ଲିକମୁଣ୍ଡା ମୁଖ୍ଯ ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ କିମ୍ବା ମୁଖ୍ଯମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରାଗଲେ ପଞ୍ଚାୟତବାସୀ ଉପକୃତ ହୋଇପାରନ୍ତେ। ପଞ୍ଚାୟତରେ ୧୨ଟି ୱାର୍ଡ ଜନସଂଖ୍ୟା ପ୍ରାୟତଃ ୭ ହଜାର ଓ ୭ଟି ରାଜସ୍ବ ଗ୍ରାମ ରହିଛି। ବହୁଲୋକ ଏବେବି ରାସନକାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଆବାସ ଘର ପାଇବାରୁ ବଞ୍ଚିତ ରହିଛନ୍ତି। ପଞ୍ଚାୟତରେ ପିଡିଏସ୍ ଦୁର୍ନୀତି ର ଗନ୍ତାଘର ପାଲଟିଛି ଚାଉଳ ବସ୍ତା ପ୍ରତି ୩ ରୁ ୪ କି. ଗ୍ରା. ଶୋଷଣ କରି ବସ୍ତାର ମୂଲ୍ଯ ପ୍ରତି ୨୦ ଟଙ୍କା ଆଦାୟ କରୁଛନ୍ତି। ପିଇବା ପାଣି ପାଇଁ ନଳକୂପ ଥିଲେ ମଧ୍ଯ ଅନେକ ନଳକୂପ ରେ ଗୋଳିଆ ପାଣି, ଲୁଣି ପାଣି ବାହାରୁଛି। ତୁରନ୍ତ ସମସ୍ୟାଗୁଡିକର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.