ମଣିପୁର ପ୍ରସଙ୍ଗରେ ସଂସଦ ସରଗରମ, ଜାରି ରହିଛି ଗତିରୋଧ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଣିପୁର ହିଂସା ସଂସଦକୁ ସରଗରମ କରିଛି। ସୋମବାର, ମୌସୁମୀ ଅଧିବେଶନ ଆରମ୍ଭ ହେବାର ତୃତୀୟ ଦିନରେ ବିରୋଧୀ ଲୋକସଭା ଓ ରାଜ୍ୟସଭାରେ ହୋ ହାଲ୍ଲା କରିଥିଲେ। ମଣିପୁର ଉପରେ ହୋଇଥିବା ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଦଳ ଜିଦ୍ ଧରିଛନ୍ତି। ବିରୋଧୀ କହିଛନ୍ତି ଯେ ମଣିପୁର ଉପରେ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଦେବା ଉଚିତ, ତା’ପରେ ଆଲୋଚନା ଆରମ୍ଭ ହେବ। ତେବେ ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ ହୋଇଛି ଯେ ମଣିପୁର ଘଟଣାରେ କେବଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିବେ। ଏଭଳି ପରିସ୍ଥିତିରେ ସରକାର ଏବଂ ବିରୋଧୀ ନିଜ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି।

Omkar Vasthu
Omkar Vasthu

ସୋମବାର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିଛନ୍ତି। ମଣିପୁର ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଉଭୟ ନେତା ସ୍ପଷ୍ଟ କରିଛନ୍ତି। ମଣିପୁରରେ କେବଳ ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେବେ। ସରକାରୀ ସୂତ୍ର ଅନୁଯାୟୀ, ମଣିପୁରରେ ମଧ୍ୟ ଅତୀତରେ ଭୟଙ୍କର ହିଂସା ଘଟିଥିଲା। ୧୯୯୩ ଏବଂ ୧୯୯୭ ମସିହାରେ ମଧ୍ୟ ସମାନ ହିଂସା ଘଟିଥିଲା ​। ସଂସଦରେ ଥରେ ମଧ୍ୟ ଆଲୋଚନା ହୋଇନଥିଲା।

Pearl dental clinic
Near Ashish Medical Store, Bhawanipatna

ମଣିପୁରର ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଗତ ୧୫ ଦିନ ମଧ୍ୟରେ ହୋଇଥିବା ହିଂସାରେ କେହି ମୃତ୍ୟୁବରଣ କରିନାହାଁନ୍ତି। ଏଥି ସହିତ ସୁପ୍ରିମକୋର୍ଟ ମଧ୍ୟ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ମଣିପୁର ରାସ୍ତାରେ ପ୍ୟାରେଡ କରାଯାଉଥିବା ଭାଇରାଲ ଭିଡିଓକୁ ନିଜ ଆଡୁ ମାମଲା ଗ୍ରହଣ କରିଛନ୍ତି। ଜୁଲାଇ ୨୮ ରେ ସମଗ୍ର ମାମଲାର ଶୁଣାଣି ତାରିଖ ସ୍ଥିର କରାଯାଇଛି।

Udyog Nursery
Udyogi Nursery

ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି। ମଙ୍ଗଳବାର ସଂସଦରେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଇଣ୍ଡିଆ ମିଳିତ ମଞ୍ଚ ସହ ଜଡିତ ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବେ। ଏହି ସମୟରେ ବିରୋଧୀ ଦଳର ନେତାମାନେ ସେମାନଙ୍କର ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରିବେ। ମଙ୍ଗଳବାର ଦିନ ମଲ୍ଲିକାର୍ଜୁନଙ୍କ ଚାମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଆପ୍ ସାଂସଦ ସଞ୍ଜୟ ସିଂଙ୍କ ନିଲମ୍ବନ ଉପରେ ମଧ୍ୟ ଆଲୋଚନା ହେବ। ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧୀ ଦଳର ନେତାଙ୍କୁ ଫୋନ୍ କରି ସଂସଦରେ ଗତିରୋଧ ବନ୍ଦ କରି ସ୍ବାଭାବିକ କରିବାକୁ ଫୋନ୍ କରି ନିବେଦନ କରିଛନ୍ତି।

ରାଜ୍ୟସଭାରେ ବିଶୃଙ୍ଖଳା ଆଚରଣ ଦେଖାଇବାରୁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବନ କରିଛନ୍ତି। ଆଉ ବିଶୃଙ୍ଖଳା ପାଇଁ ମଝିରେ ମଝିରେ ଏଭଳି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.