ନର୍ଲାରେ “ଆମ ଓଡିଶା ନବୀନ ଓଡିଶା” ବୈଠକ: ବିଧାୟକଙ୍କ ହସ୍ତକ୍ଷେପକୁ ନେଇ ତୁମ୍ବି ତୁଫାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ହେଉଛି ଜଗନ୍ନାଥ ସଂସ୍କୃତିର ରାଜ୍ୟ । ଆମ ସଂସ୍କୃତି ଓ ପରମ୍ପରାର ମୂଳାଧାର ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ଏଣୁ ଜଗନ୍ନାଥ ସଂସ୍କୃତିକୁ ନେଇ “ଆମ ଓଡିଶା ନବୀନ ଓଡିଶା” ଯୋଜନା ପ୍ରଣୟନ କରିଛନ୍ତି ରାଜ୍ୟ ସରକାର । ଏଥିରେ ପ୍ରତି ଗ୍ରାମ ପଞ୍ଚାୟତ ଅଞ୍ଚଳର ବିକାଶ ପାଇଁ ଅନୁଦାନ ରହିଛି ୫୦ ଲକ୍ଷ ଟଙ୍କା । ଏଥିରେ ଜଗନ୍ନାଥ ମନ୍ଦିର, ମନ୍ଦିର ସବୁର ପାଚେରୀ ନିର୍ମାଣ, ମରାମତି କାର୍ଯ୍ୟ, ନୂଆ ମନ୍ଦିର ନିର୍ମାଣ, ଗ୍ରାମ ଗୁଡିକର ଧରଣୀ ଶାଳ, ପ୍ରହରୀ ମଣ୍ଡପ, ସ୍କୁଲ ଓ କ୍ରୀଡା ପାଇଁ ଭିତ୍ତିଭୂମି ବିକାଶ ଦିଗରେ ଖର୍ଚ୍ଚ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ଗାଇଡ ଲାଇନ ରହିଥିବା ଜଣାପଡିଛି । ଗତ ୧୮/୭ ରେ ନର୍ଲା ବ୍ଲକରେ ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ନିଜ ନିଜ ଅଞ୍ଚଳରେ ହେବାକୁଥିବା ଉନ୍ନୟନ କାମ ଗୁଡିକର ଏକ୍ସନ ପ୍ଲାନ ଦିଅନ୍ତୁ ବୋଲି କୁହାଯାଇଥିଲା । ଏହାପରେ ଏହି ଯୋଜନା ଅଧିନରେ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ବିକାଶ ଓ ଉନ୍ନୟନ କାର୍ଯ୍ୟପାଇଁ ୧୩ କୋଟି ଟଙ୍କା ଆସିଥିବା ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ସୂଚନା ଦେଇଛନ୍ତି । ନର୍ଲା ବିଧାୟକ ଭୁପିନ୍ଦର ସିଂ ଓ ରାଜ୍ୟସଭା ସାଂସଦ ସୁଜିତ ସେଠଙ୍କ ଅନୁରୋଧ କ୍ରମେ ସୋମବାର ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀଙ୍କ ଅଧ୍ୟକ୍ଷତାରେ ଏନେଇ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ନର୍ଲା ବ୍ଲକରେ କାର୍ଯ୍ୟରତ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାଇପ୍ରେମ ପଣ୍ଡାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଏବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ହେଲେ ଦ୍ୱିତୀୟ ଥରର “ଆମ ଓଡ଼ିଶା ନବୀନ ଓଡ଼ିଶା” ସମ୍ପର୍କିତ ଏହି ପ୍ରସ୍ତୁତି ବୈଠକକୁ ନା ଆସିଥିଲେ ବିଧାୟକ ଭୁପିନ୍ଦର ସିଂ ନା ଆସିଥିଲେ ରାଜ୍ୟସଭା ସାଂସଦ ସୁଜିତ ସେଠ । ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ସରପଞ୍ଚମାନେ ହେବାକୁ ରହିଥିବା କାମ ଗୁଡିକ ପାଇଁ ଏକ୍ସନ ପ୍ଲାନ ପ୍ରସ୍ତୁତ କରି ନର୍ଲା ବ୍ଲକ ଅଧ୍ୟକ୍ଷାଙ୍କୁ ଦେଇଥିଲେ । ହେଲେ ନର୍ଲା ବିଧାୟକଙ୍କ ତରଫରୁ ମଧ୍ୟ କେତେକ କାମ ପାଇଁ ଚିଠା ପ୍ରସ୍ତୁତିକୁ ନେଇ ତୁମ୍ବି ତୁଫାନ କରିଥିଲେ ସରପଞ୍ଚମାନେ । ନର୍ଲା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଓ ସରପଞ୍ଚ ମାନେ ନିଜ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳର କାମ ପାଇଁ ଏକ୍ସନ ପ୍ଲାନ ଦେବାପରେ ବ୍ଲକ ତରଫରୁ ଅଧ୍ୟକ୍ଷା ଓ ବିଡ଼ିଓ ଅନୁମୋଦନ କରି ଜିଲ୍ଳାପାଳଙ୍କୁ ଦେବା ବ୍ୟବସ୍ଥା ଗାଇଡ଼ଳାଇନରେ ରହିଥିବା ବେଳେ ଏଥିରେ ବିଧାୟକଙ୍କ ହସ୍ତକ୍ଷେପକୁ ନେଇ ସରପଞ୍ଚ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ବୈଠକରେ ଏହାକୁ ବିରୋଧ କରିଥିଲେ । ବିଜେଡି ଦଳୀୟ ନିର୍ବାଚିତ ଲୋକପ୍ରତିନିଧି ଭାବରେ ନର୍ଲାର ତିନିଜଣ ଜିଲ୍ଳା ପରିଷଦ ସଦସ୍ୟ/ସଦସ୍ୟା “ଆମ ଓଡିଶା ନବୀନ ଓଡିଶା” ଯୋଜନାର କାର୍ଯ୍ୟଧାରା ଆଲୋଚନା ଓ ଏକ୍ସନ ପ୍ଲାନ ପ୍ରସ୍ତୁତି ଉପରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ବିଧାୟକ ସମିତି କାମରେ କାହିଁକି ହସ୍ତକ୍ଷେପ କରୁଛନ୍ତି ବୋଲି ଆଲୋଚନା କରିଥିଲେ । ବିଶେଷ କରି ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଓ ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ ଏନେଇ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଶ୍ନ କରିବା ସହିତ ଯଦି ନର୍ଲା ସମିତି କାମରେ ବିଧାୟକ ହସ୍ତକ୍ଷେପ କରନ୍ତି ତାହେଲେ ନର୍ଲା ବ୍ଲକ ଅଂଚଳର କୌଣସିବି ଗ୍ରାମ ପଂଚାୟତରେ କାମ କରିବାକୁ ଦିଆଜିବନି ବୋଲି ଚେତାବନୀ ଦେଇଥିଲେ । ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ସେଠୀ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଓ ଗାଇଡ଼ଳାଇନରେ ଅନୁଯାଇ ସମସ୍ତ ପ୍ରକ୍ରୀୟ ଚାଲିଛି ଓ ଚାଲିବ ବୋଲି କହିଥିଲେ । ବ୍ଲକରେ ଆଗକୁ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ବିକାଶ କାମ କିଭଳି ଆଗେଇବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ନର୍ଲା ବ୍ଲକ ଅଞ୍ଚଳର ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ରାକ୍ସୀ ସରପଞ୍ଚ ଯେମନ୍ତ ପୋଢ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରୀଆ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ବଡଧାରପୁର ସରପଞ୍ଚ ପର୍ଶୁରାମ ହରପାଲ, ନର୍ଲା ସରପଞ୍ଚ ତନୁଜା ହରପାଲ, କୁରମେଲ ସରପଞ୍ଚ ଶୁଭଦ୍ରା ମାଝୀ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିବା ବେଳେ ସମିତି ସଦସ୍ୟ/ସଦସ୍ୟା ମାନଙ୍କ ମଧ୍ୟରେ ରୁପ୍ରାରୋଡ ସମିତି ସଦସ୍ୟା ଦୀପାଞ୍ଜଳୀ ମାଝୀ, ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ସମିତି ସଦସ୍ୟା ସୁଜାତା ସାହୁ, ବାଗପୁର ସମିତି ସଦସ୍ୟା କୁନି ମହାନନ୍ଦଙ୍କ ସମେତ ବ୍ଲକ କର୍ମଚାରୀ ଭୋଳାନାଥ ଦାସ, ଓଏଲଏମ ସଂଯୋଜକ ସନତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିପିଇଓ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.