ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତ ଭାରତ ମହିଳା ସଫ୍ଟବଲ ଟିମ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ମହିଳା ସଫ୍ଟବଲ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ସଫ୍ଟବଲ ଆସୋସିଏଶନ ଏ ନେଇ ୧୬ଜଣିଆ ଦଳ ଘୋଷଣା କରିଛି । ୩ଜଣଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି । ସମ୍ଭାବ୍ୟ ଖେଳାଳିଙ୍କୁ ୨ ସପ୍ତାହ ପ୍ରଶିକ୍ଷଣ ଶିବିର ପରେ ଟ୍ରାଏଲ୍ସରେ ସାମିଲ କରାଯାଇଥିଲା । ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଚୟନ କରାଯାଇଥିଲା । ଚାମ୍ପିୟନ ମହାରାଷ୍ଟ୍ର ଦଳର ସର୍ବାଧିକ ୫ଜଣ ଖେଳାଳିଙ୍କୁ ସ୍ଥାନ ମିଳିଥିବା କେରଳରୁ ୩ଜଣ ଓ ପଞ୍ଜାବର ୨ଜଣଙ୍କୁ ସୁଯୋଗ ମିିଳିଛି । ଛତିଶଗଡ, ଓଡିଶା, ହିମାଚଳପ୍ରଦେଶ, ଦିଲ୍ଲୀ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶର ଜଣେ ଲେଖାଁଏ ଖେଳାଳି ଦଳରେ ସାମିଲ ହୋଇଛନ୍ତି ।

ଏସିଆନ ଗେମ୍ସରେ ଟୋକିଓ ଅଲିମ୍ପିକ୍ସ ଚାମ୍ପିୟନ ଜାପାନ ଓ ବିଶ୍ୱର ୩ ନମ୍ବର ଟିମ ଚାଇନିଜ ତାଇପେ ଆଗରେ ଭଲ ପ୍ରଦର୍ଶନ ଭାରତ ପାଇଁ ଚ୍ୟାଲେଞ୍ଜ ସଦୃଶ ହେବ । ସଫ୍ଟବଲ ଏସିଆ ଭାରତକୁ ଏସିଆନ ଗେମ୍ସ ପାଇଁ ୱାଇଲ୍ଡ କାର୍ଡ ଏଂଟ୍ରି ଦେଇଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ସଫ୍ଟବଲ ପଦକ ସ୍ପୋର୍ଟ୍ସ ଭାବେ ସାମିଲ ହୋଇଥିବାରୁ ଏଥିପାଇଁ ଏବେଠାରୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି ଏସବିଏଆଇ ସଭାପତି (ମହିଳା ବିଭାଗ) ନୀତଲ ନାରଙ୍ଗ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.