ପେଟ୍ରୋଲ ଢାଲି ସ୍ତ୍ରୀକୁ ହତ୍ୟା ଅଭିଯୋଗ ଘଟଣା, ସ୍ବାମୀ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ମାଝୀଗୁଡା ଗ୍ରାମର ଉର୍ମିଳା ନାଗଙ୍କୁ ସ୍ୱାମୀ ଜୟନ୍ତ ନାଗ ଯୌତୁକ ପାଇଁ ପେଟ୍ରୋଲ ଢ଼ାଳି ପୋଡ଼ି ମାରିଥିବା ଝିଅର ବାପା କୋକସରା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ବୁଧବାର କୋକସରା ଥାନା ପୁଲିସ ଯୌତୁକ ଲୋଭୀ ସ୍ବାମୀ ଜୟନ୍ତକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

ସୂଚନା ଅନୁସାରେ, ଗତ ରବିବାର ଦିନ ଜୟନ୍ତ ଯୌତୁକ ଓ ସ୍ତ୍ରୀ ଉର୍ମିଳାଙ୍କୁ ସନ୍ଦେହ କରି ଝଗଡ଼ା ଆରମ୍ଭ କରିଥିଲେ। ଏହା ପରେ ଉର୍ମିଳା ତାଙ୍କ ମା’ କୁ ଜ୍ବାଇଁ ଝଗଡ଼ା କରୁଥିବା କଥା ଫୋନ୍ କରି ଜଣାଇଥିଲେ। ଝଗଡ଼ା ହେବାର କିଛି ଘଣ୍ଟା ମଧ୍ୟରେ ଉର୍ମିଳାଙ୍କ ବାପା ମା’ ପାଖକୁ ଏକ ଅଜଣା ଫୋନ୍ କଲ୍ ଯାଇଥିଲା। ଏବଂ ଝିଅ କୁ ପୋଡ଼ି ଦେଇଥିବା ସୁଚନା ଦେଇଥିଲା। ଏହାପରେ ଉର୍ମିଳାଙ୍କ ମା’ ପହଞ୍ଚି କୋକସରା ଥାନାରେ ଝିଅକୁ ପେଟ୍ରୋଲ ଢ଼ାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ। ଏବଂ ଝିଅ ଅତ୍ୟନ୍ତ ଗୁରୁତର ଥିବାରୁ କୋକସରା ଡାକ୍ତରଖାନାରୁ ଭବାନୀପାଟଣା ଓ ପରେ ଭୁବନେଶ୍ୱର ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସନ୍ଧ୍ୟାରେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ମୃତ ଝିଅର ବାପା ଦିପେନ ସାଗର କୋକସରା ଥାନାରେ ଝିଅକୁ ପେଟ୍ରୋଲ ଢାଳି ନିଆଁ ଲଗେଇ ହତ୍ୟା କରିଥିବା ଅଭିଯୋଗ କରି ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ଏହାପରେ ପୁଲିସ ଜୟନ୍ତ କୁ ରାତିରେ ଥାନାକୁ ଉଠାଇ ଆଣି ପଚରାଉଚରା କରି ତଦନ୍ତ ଚଳାଇଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରି ବୁଧବାର ଜୟନ୍ତ କୁ କୋକସରା ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.