କର୍ଲାମୁଣ୍ଡା ବ୍ଲକ ଚିତ୍ର ଶିଳ୍ପୀ ସଂଘ ଗଠିତ

କର୍ଲାମୁଣ୍ଡା,୫/୬ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଚିତ୍ର ଶିଳ୍ପମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସଂଘ ଗଠନ କରାଯାଇଛି । ପୁଟିଗାଁ ସ୍ଥିତ ଶୈବପିଠ ଠାରେ ଅୟୋଜିତ ଏହି ସଭାରେ ବରିଷ୍ଠ ଚିତ୍ର ଶିଳ୍ପୀ ସତ୍ୟନାରାୟଣ କୁମାର ଅଧ୍ୟକ୍ଷତା କରିଥିଲେ ।ଏଥିରେ ବ୍ଲକର ସମସ୍ତ ଅଞ୍ଚଳରୁ ଚିତ୍ର ଶିଳ୍ପୀ ମାନେ ଯୋଗଦେଇ ଆଲୋଚନା ର ଭାଗ ନେଇଥିଲେ । ସର୍ବ ସାମ୍ମତି କ୍ରମେ ଜିବାରଧନ ସାହୁ ସଭାପତି, ବସନ୍ତ ବାଗ ଉପସଭାପତି, ସୁରେଶ ସାହୁ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ବାଗ ସମ୍ପାଦକ, ରାଉତ ସୁନା ସହ ସଂପାଦକ ଓ ମୁନ୍ନା ବେହେରା କୋଷାଧ୍ୟୟ ଭାବେ ମନୋନୀତ ହୋଇଥିଲେ ।ସଞ୍ଜୟ ରଣା, ଉତ୍ତମ କୁମାର ସୁନା ମନୋନୀତ ହୋଇଛନ୍ତି । ସଭା କାର୍ଯ୍ୟରେ ସୁରେଶ ସାହୁ ସଂଯୋଜନା କାରିଥିଲେ ।

 

କର୍ଲାମୁଣ୍ଡାରୁ ବାଳକୁମାର ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.