ଉତ୍କଳ ଯାଦବ ମହାସଭାର କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ୪୨ମୌଜା ସ୍ଥିତ ଯଶୋଦା ଗାର୍ଡେନ ଠାରେ ଗତ ଅପ୍ରେଲ ୧୭ରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ୯୮ତମ ପ୍ରତିଷ୍ଠା ଦିବସ ତଥା ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ରବିବାର (୨୪ ଅପ୍ରେଲ) ଦିନ ଯଶୋଦା ଗାର୍ଡେନ ଠାରେ ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା ଓ ଅଖିଳ ଭାରତ ବର୍ଷୀୟ ଯୁବ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇ°. ପ୍ରଦୀପ କୁମାର ବେହେରାଙ୍କ ଉପସ୍ଥିତିରେ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ଅନେକ ଯାଦବ ନେତୃତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହି କ୍ରମରେ ଉତ୍କଳ ଯାଦବ ମହାସଭା କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଉତ୍କଳ ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ଧର୍ମାନନ୍ଦ ବେହେରା, କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଏବଂ ମେଡିକାଲ୍ ତଥା ସ୍ବାସ୍ଥ୍ୟ ସେଲ୍ ର ସାଧାରଣ ସମ୍ପାଦକ ଅଭିମନ୍ୟୁ ଦାସ ବୁଲେଇ ବେହେରାଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଉତ୍କଳ ଯାଦବ ମହାସଭା କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା ବୟସର ଅପରାହ୍ନରେ ମଧ୍ୟ ସମାଜ ପାଇଁ ସମର୍ପିତ ରହି ନିଜ କାର୍ଯ୍ୟ ସୂଚାରୁରୂପେ ସଂପାଦନା କରି ଆସୁଛନ୍ତି । ଏହା ବ୍ୟତିରେକ ସେ ବୟାଳିଶ ମୌଜା ଯାଦବ ମହାସଭାର ସଭାପତି ଭାବେ କାର୍ଯ୍ୟରତ ଥିବାସହ ଅନେକ ଅନୁଷ୍ଠାନ ସହ ଜଡ଼ିତ । ଶ୍ରୀ ବେହେରା ସମ୍ବର୍ଦ୍ଧିତ ହେବାପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଏହି ଖବରକୁ ହିନ୍ଦୀରେ ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.