ଜଗବନ୍ଧୁ ମେହେର ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ, ଗ୍ରାମରେ ଖୁସିର ଲହରୀ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୨୦୬ ନମ୍ବର ସ୍ଥାନରେ ସୋନପୁର ସଦର ବ୍ଲକ ଖରଜୁରା ଗ୍ରାମ ପଂଚାୟତ ଅନ୍ତର୍ଗତ ବାଘପାଲି ଗ୍ରାମର ଜଗବନ୍ଧୁ ମେହେ ଉର୍ତ୍ତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ଏହି ସଫଳତା ପାଇଁ ତାଙ୍କର ପରିବାର ବର୍ଗଙ୍କୁ ଶୁଭେଚ୍ଛା ର ସୁଅଛୁଟୁଛି। ସୋନପୁର ସେଣ୍ଟ କନଭେଣ୍ଟ ସ୍କୁଲର ଛାତ୍ର ଜଗବନ୍ଧୁ ଦଶମ ଶ୍ରେଣୀରେ ୯୨ ପ୍ରତିଶତ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିଲେ। ବିଶାଖାପାଟଣାର ଶ୍ରୀ ଚୈତନ୍ୟ ଜୁନିଅର କଲେଜ ଯୁକ୍ତ ଦୁଇରେ ୮୭ ପ୍ରତିଶତ ମାର୍କ ରଖି ଉର୍ତ୍ତୀର୍ଣ୍ଣ ହୋଇଥିଲେ। ପରେ ଲୋକଙ୍କ ସେବା କରିବା ଲକ୍ଷ୍ୟରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ଦିନକୁ ୮ରୁ ୯ ଘଣ୍ଟା ପରିଶ୍ରମ କରୁଥିଲେ। କଠିଣ ପରିଶ୍ରମ ପାଇଁ ଜଗବନ୍ଧୁଙ୍କୁ ସଫଳତା ମିଳିଛି ଓ ଭଗବାନଙ୍କ ଆଶୀର୍ବାଦ ପାଇଁ ବୋଲି କୁହନ୍ତି ବାପା ପୀତବାସ ମେହେର ଓ ମାତା ଯଜ୍ଞ ମେହେର। ଏହି ସଫଳତା ପାଇଁ ଖରଜୁରା ପଂଚାୟତ ତଥା ବାଘପାଲି ଗ୍ରାମବାସୀ ଜଗବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.