ନିଆରା ଗାଁ; ଯେଉଁଠି ଗାଁ ମଧ୍ୟରେ ହିଁ ବିବାହ କରିଥାନ୍ତି ଯୁବକ-ଯୁବତୀ

ଓଡ଼ିଆ ବାର୍ତ୍ତା/ ଭୋପାଳ: ମଧ୍ୟପ୍ରଦେଶର ଶହଡୋଲରେ ଏକ ନିଆରା ଗ୍ରାମ ରହିଛି । ସମ୍ପର୍କର ଡୋରିକୁ ବିଶ୍ୱାସ କରିବା ଆମମାନଙ୍କ ରକ୍ତରେ ଦୌଡିଥାଏ । ତେବେ ଏହି ଗ୍ରାମ ଆହୁରି ପାଦେ ଆଗେଇ ଯାଇଛି । ଗ୍ରାମର ପ୍ରତ୍ୟେକ ବ୍ୟକ୍ତି କୌଣସି ବାଟେ ଅନ୍ୟ ଜଣଙ୍କ ସମ୍ପର୍କୀୟ । ଅତି କମରେ ସମ୍ପୂର୍ଣ୍ଣ ଗ୍ରାମ ଭିତରେ ଜଣେ ବ୍ୟକ୍ତିଙ୍କ ୩ଜଣ ସମ୍ପର୍କୀୟ ମିଳିବେ । ଆଜ୍ଞା ହଁ ଏହା ସତ୍ୟ । ଏହାର ପ୍ରମୁଖ କାରଣ ହେଉଛି ଗ୍ରାମ ଭିତରେ ଯୁବକ ଓ ଯୁବତୀଙ୍କ ବିବାହ ହୋଇଥାଏ । ସେମାନେ ଗ୍ରାମ ବାହାରେ ବିବାହ କରନ୍ତି ନାହିଁ । ଏବେ ଏହି ଗ୍ରାମରେ ବିବାହ ସଂଖ୍ୟା ୫୦୦ ଛୁଇଁ ସାରିଛି । ଧାର୍ମିକ କାର୍ଯ୍ୟଠାରୁ ଆରମ୍ଭ କରି ଯାହା ବି କିଛି ହୁଏ ସମ୍ପୂର୍ଣ୍ଣ ଗ୍ରାମ ଏକତ୍ର ହୋଇ ଯାଆନ୍ତି । ଘରେ ଯଦି କେହି ରହି ଯାଇଥାଏ ତେବେ ଖାଦ୍ୟ ସେଠାରେ ପଂହଚା ଯାଇଥାଏ । ଏହି ଗ୍ରାମରେ ୬୦ ପ୍ରତିଶତରୁ ଅଧିକ ପଟେଲ ସମ୍ପ୍ରଦାୟର ପରିବାର ରୁହନ୍ତି । ସେଥିପାଇଁ ଏହାକୁ ପଟେଲ ଗ୍ରାମ ମଧ୍ୟ କୁହା ଯାଇଥାଏ । ଯୁବକ ଓ ଯୁବତୀମାନେ ସେମାନଙ୍କ ପସନ୍ଦ ପରିବାରବର୍ଗଙ୍କୁ କହିଥାନ୍ତି । ଏହା ପରେ ବିବାହ ସୁରୁଖୁରୁରେ ହୋଇ ଯାଇଥାଏ । ଯଦି କୌଣସି କାରଣ ବଶତଃ ବାହାରେ ବାହାଘର ଠିକ ହୁଏ ତେବେ ଉଭୟ ପରିବାରର ସମସ୍ତ କାର୍ଯ୍ୟ କିନ୍ତୁ ଏଠାରେ କରାଯାଇଥାଏ । ଖନ୍ନାଥ ନାମକ ଏହି ଗ୍ରାମର ଏହି ନିଆରା ପ୍ରଭାବ ବୋଡରୀ, ପିପରିୟା, ଖରେୟା, ନୌଗାଓ, ଚୌରାଡିହ, କଂଚନପୁର, ବଣ୍ଡି ଓ ନନ୍ଦନା ଉପରେ ପଡିଛି । ଏଠାକାର ବାସିନ୍ଦାମାନେ ଗ୍ରାମ ଭିତରେ ବିବାହ କରାଇବା ଉଚିତ ମନେ କରୁଛନ୍ତି । ଏହା ଦ୍ୱାରା ଖର୍ଚ୍ଚ କମ ହୋଇଥାଏ । ପରିବାର ସମ୍ପର୍କରେ ସମସ୍ତେ ସବୁ ଜାଣିଥାନ୍ତି ଓ ଝିଅ ପାଖରେ ରହିଥାଏ । ଯୌତୁକ ପ୍ରଥାକୁ ଏଠାରେ ଘୋର ବିରୋଧ କରାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏ ପର୍ଯ୍ୟନ୍ତ ଏଠାରେ କୌଣସି ଛାଡପତ୍ର କେସ ସମ୍ମୁଖକୁ ଆସି ନାହିଁ । ଗ୍ରାମରେ ଯାହାର କିଛି ହୋଇଥାଏ ସେ ଟ୍ରଲୀରେ ସମସ୍ତଙ୍କ ଘରେ ପ୍ରସାଦ ଓ ଖାଦ୍ୟ ପଂହଚାଇଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.