ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ଗତ ଦୁଇ ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ବର୍ଷ ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି। ବ୍ଳକର ବରାଡଙ୍ଗା ସଦର ପଞ୍ଚାୟତର ଜୟସେନ ମାଝିଙ୍କ ଘର ଭାଙ୍ଗି ଯାଇଛି। ଫଳରେ ଏବେ ତାଙ୍କ ପରିବାର ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି।ସୂଚନା ଯେ’ ମଙ୍ଗଳବାର ସଂଧ୍ୟାରେ ବର୍ଷା ଯୋଗୁଁ ଦୁର୍ବଳ ଅବସ୍ଥାରେ ରହିଥିବା ମାଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଘରେ ଥିବା ଆସବାବପତ୍ର ଓ ରାସନ୍ ସାମଗ୍ରୀ ମଧ୍ୟ କ୍ଷତି ହୋଇଛି। ଜୟସେନ ଜଣେ ଗରିବ ଶ୍ରେଣୀର ହୋଇଥିବାବେଳେ ଘର ଖଣ୍ଡେ କରି ନପାରି ଦୀର୍ଘ ବର୍ଷରୁ ମାଟି କୁଡିଆରେ ରହି ଆସୁଥିଲେ। ଏବେ ଲଗାଣ ବର୍ଷାରେ ତାଙ୍କ ମାଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ତାଙ୍କ ପରିବାର ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି। ତେବେ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସେ ଦାବି କରିଛନ୍ତି। ଏନେଇ ଲଡୁଗାଁ ରାଜସ୍ୱ ନିରୀକ୍ଷିକା ମମତା ସାଏଙ୍କୁ ପଚାରିବାରୁ ବର୍ତ୍ତମାନ ପାଇଁ ପଲିଥିନ ଯୋଗାଇ ଦିଆଯିବ, ଏବଂ ସରକାରୀ ନିୟମ ମୁତାବକ ସହାୟତା ପାଇବେ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.