ରୋମ୍ ରାସ୍ତାରେ ଶାଢ଼ି ପିନ୍ଧା ମହିଳାଙ୍କୁ ଦେଖି ତାଳି ମାରିଲେ ଲୋକେ, ଭିଡ଼ିଓ ଭାଇରାଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରୋମ୍ ମହାନଗରୀର ରାଜରାସ୍ତାରେ ଜଣେ ଭାରତୀୟ ମହିଳା ଶାଢି ପିନ୍ଧି ଚାଲିଥିବା ବେଳେ ତାଙ୍କ ଷ୍ଟାଇଲ ଓ ଲୁକ୍‌କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଧୁମ୍ ଚର୍ଚ୍ଚା । ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ପଲ୍ଲବୀ ରାଜ୍ ତାଙ୍କ ପ୍ରଥମ ବିବାହ ବାର୍ଷିକୀ ଅବସରରେ ରୋମ ସହରକୁ ବୁଲିବାକୁ ଯାଇଥିଲେ । ସେଠାରେ ସେ ଏକ ଗୋଲାପୀ ରଙ୍ଗର ଶାଢି ପିନ୍ଧି ବୁଲୁଥିବା ନଜର ଆସିଥିଲେ । ଏହି ସମୟରେ ସେଠାକାର ଲୋକେ ତାଙ୍କୁ ବୁଲି ବୁଲି ଚାହିଁବା ସହ କରିତାଳି ମାରିଥିଲେ । ତାଙ୍କର ଏହି ଲୁକ୍ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପଲବୀଙ୍କ ଆତ୍ମବିଶ୍ୱାସକୁ ଦେଖି ଅନେକ ଲୋକ ତାଙ୍କର ପ୍ରଶଂସା ବି କରିଥିଲେ । ପଲ୍ଲବୀ ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ବେଳେ କେହି କେହି ନକାରାତ୍ମକ ପ୍ରତିକ୍ରିୟା ବି ଦେଇଛନ୍ତି । ଅନେକ ଲେଖିଛନ୍ତି, ଶାଢ଼ିରେ ତୁମେ ବହୁତ ସୁନ୍ଦର ଦେଖାଯାଉଛ । ଆଉ କିଛି ଲେଖିଛନ୍ତି, ଭାରତୀୟ ଯୋଗୁ ଆମେ ଗର୍ବିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.