ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ମୁସଲିମ ଦେଶର ଟଙ୍କାରେ ହିନ୍ଦୁ ଭଗବାନ

ଏକ ମୁସଲମାନ ବହୁଳ ଦେଶ, ଯେଉଁଠି ଲୋକମାନେ ଇସଲାମକୁ ନିଜର ଧର୍ମ ଭାବରେ ଗ୍ରହଣ କରିଛନ୍ତି। ସେଠାକାର ନୋଟରେ କିନ୍ତୁ ଗଣେଶ ଠାକୁରଙ୍କ ଚିହ୍ନ ଦେଖିବାକୁ ମିଳିଥାଏ। କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସତ। ଇଣ୍ଡୋନେସିଆର ନୋଟରେ ଭଗବାନ ଗଣେଶଙ୍କ ଫଟୋ ଦେଖିବାକୁ ମିଳିଥାଏ।

Omkar Vasthu
Omkar Vasthu

ଇଣ୍ଡୋନେସିଆ ବିଶ୍ୱ ମାନଚିତ୍ରର ମାଲେସିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅବସ୍ଥିତ। ବିଶ୍ୱର ଏକ ମୁସଲମାନ ବହୁଳ ଦେଶ ସହ ତୃତୀୟ ବୃହତ୍ତମ ଗଣତାନ୍ତ୍ରିକ ଦେଶ ଭାବେ ଏହା ପରିଚିତ। ଏହା ଏକ ମୁସଲମାନ ବହୁଳ ଦେଶ ହୋଇଥିଲେ ମଧ୍ୟ ଏହି ଦେଶର ନୋଟରେ ଭଗବାନ ଗଣେଶଙ୍କ ଫଟୋ ଛପାଯାଇଥିବା ଦେଖିବାକୁ ମିଳିଥାଏ।

Pearl dental clinic
Near Ashish Medical Store, Bhawanipatna

କିଛି ବର୍ଷ ତଳେ ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିଲା। ଏହାପରେ ସେଠାକାର ଅର୍ଥନୀତିଜ୍ଞମାନଙ୍କ ପରାମର୍ଶ ଅନୁସାରେ ସରକାର ଦେଶରେ ନୂଆ ୨୦ ହଜାର ଟଙ୍କିଆ ନୋଟ ଆରମ୍ଭ କରିଥିଲେ। ସେହି ୨୦ ହଜାର ଟଙ୍କିଆ ନୋଟରେ ଭଗବାନ ଗଣେଶଙ୍କ ଫଟୋ ଛପାଯାଇଥିଲା। ତେବେ ଏହା ପଛରେ କାରଣ କଣ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହାପରେ ୧୯୯୮ ମସିହାରେ ସରକାର ଏହି ୨୦ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଥିଲେ । ଏହାପରେ ଆଉ କୌଣସି ନୋଟରେ ଗଣେଶଙ୍କ ଫଟୋ ଦେଖିବାକୁ ମିଳିନାହିଁ।

Udyog Nursery
Udyogi Nursery

ଧାର୍ମିକ ଦୃଷ୍ଟିରୁ ଇଣ୍ଡୋନେସିଆ ଏକ ମୁସଲମାନ ବହୁଳ ଦେଶ ଭାବେ ପରିଚିତ ହୋଇଥିଲେ ମଧ୍ୟ ସେଠାରେ ହିନ୍ଦୁ ଧର୍ମର ଅନେକ ମନ୍ଦିର ଓ ଦେବାଦେବୀ ଦେଖିବାକୁ ମିଳିଥାଏ। ସେଠାକାର ଲୋକ ନିଜର ଧର୍ମର ଭଗବାନଙ୍କୁ ପୂଜା କରିବା ସହିତ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ମଧ୍ୟ ସମ୍ମାନ ଦେଇଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.