ଏପରି ମନ୍ଦିର ଯେଉଁଠି ଦେବୀ ମା’ ଙ୍କର ହୁଏ ଋତୁସ୍ରାବ

ଗୌହାଟୀର କାମାକ୍ଷା ମନ୍ଦିର ହେଉଛି ଭାରତର ଅନ୍ୟତମ ଲୋକପ୍ରିୟ ମନ୍ଦିର । କାମାକ୍ଷା ଦେବୀଙ୍କୁ ମା ଦୁର୍ଗା ରୂପରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ମାତା ସତୀଙ୍କର ଯୋନି ଏଠାରେ ପଡ଼ିଯାଇଥିଲା, ତେଣୁ ଏହି ସ୍ଥାନକୁ ୫୧ ଶକ୍ତିପୀଠ ମଧ୍ୟରେ ସବୁଠାରୁ ପ୍ରମୁଖ ସ୍ଥାନ ଭାବେ ଗଣାଯାଏ । ପ୍ରତିବର୍ଷ ଆଷାଢ଼ ମାସରେ ଏଠାରେ ମାଙ୍କର ଅମ୍ବାବାଚି ମେଳା ଅନୁଷ୍ଠିତ ହୋଇଥାଏ । ଏହି ମେଳାକୁ ଭକ୍ତ, ସାଧୁ ସନ୍ଥ ଏବଂ ତାନ୍ତ୍ରିକମାନେ ବହୁ ଦୂର ଦୂରାନ୍ତରୁ ଆସିଥାନ୍ତି । ଏହି ମନ୍ଦିରରେ ଲୁଚି ରହିଛି ଅନେକ ରହସ୍ୟ ଯାହାକୁ ଆଜି ମଧ୍ୟ ବୈଜ୍ଞାନିକ ମାନେ ଭେଦ କରିପାରିନାହାନ୍ତି । ତେବେ ଆଜି ଆସନ୍ତୁ ଜାଣିବା ମାଙ୍କ ମନ୍ଦିର ସହିତ ସେହି ରହସ୍ୟ ବିଷୟରେ …

ପ୍ରତିବର୍ଷ ଆଷାଢ଼ ମାସରେ ଏଠାରେ ଅନୁଷ୍ଠିତ ହୁଏ ଅମ୍ବୁବାଚି ମେଳା । ଅମ୍ବୁବାଚି ମେଳା ସମୟରେ କାମାକ୍ଷା ଦେବୀଙ୍କ ମନ୍ଦିର ଭିତରେ ପୂଜା ବନ୍ଦ ହୋଇଯାଏ । ଏହି ମନ୍ଦିର ତିନି ଭାଗରେ ନିର୍ମିତ । ଏହାର ପ୍ରଥମ ଭାଗ ସବୁଠାରୁ ବଡ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ଦିଆଯାଇନଥାଏ। ଦ୍ୱିତୀୟ ଭାଗରେ ମାତାଙ୍କର ଦର୍ଶନ ହୋଇଥାଏ । ଯେଉଁଠାରେ ସବୁ ବେଳେ ପଥରରୁ ପାଣି ବାହାରି ଥାଏ । କୁହାଯାଏ ମାସକୁ ଥରେ ଏହି ପଥରରୁ ରକ୍ତ ସ୍ରୋତ ବାହାରିଥାଏ ଏହା କାହିଁକି ଓ କିପରି ଘଟେ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି । ବିଶ୍ୱାସ କରାଯାଏ ଯେ ଏହି ତିନି ଦିନ ପର୍ଯ୍ୟନ୍ତ ଦେବୀଙ୍କର ଋତୁସ୍ରାବ ହୋଇଥାଏ ।

ଏଠାରେ ଥିବା ବ୍ରହ୍ମପୁତ୍ର ନଦୀର ଜଳ ତିନି ଦିନ ଲାଲ ହୋଇଯାଏ ।କୁହଯାଏ ଯେ ଜଳର ଏହି ଲାଲ ରଙ୍ଗ ଦେବୀ କାମାକ୍ଷାଙ୍କର ଋତୁସ୍ରାବ ହେତୁ ହୋଇଥାଏ । ପରମ୍ପରା ଅନୁସାରେ ଏହି ତିନି ଦିନ ଋତୁସ୍ରାବ ଚାଲିଥିବା ସମୟରେ ଏକ ଧଳା କପଡା ମାଙ୍କ ଦରବାରରେ ରଖାଯାଇଥାଏ ଏବଂ ତିନି ଦିନ ପରେ ଯେତେବେଳେ କବାଟ ଖୋଲା ଯାଇଥାଏ ସେତେବେଳେ କପଡାଟି ସମ୍ପୂର୍ଣ୍ଣ ଭାବରେ ଲାଲ ରଙ୍ଗ ହୋଇଯାଇଥାଏ। ଏହାକୁ ଭକ୍ତ ମାନଙ୍କୁ ପ୍ରସାଦ ସ୍ୱରୂପରେ ଦିଆଯାଇଥାଏ ।ଏହି କପଡାକୁ ବହୁତ ଶୁଭ ବୋଲି କୁହାଯାଏ ।

ଏଠାରେ କୌଣସି ମୂର୍ତ୍ତି ସ୍ଥାପିତ କରା ଯାଇନାହିଁ । ଏଠାରେ ଥିବା ଚଟାଣରେ କେବଳ ଦେବୀଙ୍କ ଯୋନି ଦେଖିବାକୁ ମିଳେ । ଏହି ସ୍ଥାନ ସବୁବେଳେ ସନ୍ତସନ୍ତିଆ ରହିଥାଏ । ଏଥିରୁ ନିର୍ଗତ ଜଳକୁ ଖୁବ ଶକ୍ତିଶାଳୀ ମାନାଯାଏ । ଏହି ଜଳକୁ ନିୟମିତ ସେବନ କରିବା ଦ୍ଵାରା ବହୁ ରୋଗବ୍ୟାଧିରୁ ମୁକ୍ତି ମିଳୁଥିବା ମାନ୍ୟତା ରହିଛି । କୁହାଯାଏ କି, ମା’ଙ୍କୁ ପ୍ରସନ୍ନ କରିବା ଲାଗି ଏଠାରେ କନ୍ୟାପୂଜନ କରାଯାଏ । ଏଭଳି କରିବା ଦ୍ଵାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.