ନିମ୍ନମାନର ରାସ୍ତା କାମ ଯୋଗୁଁ ଦବିଲା ଟ୍ରକ; ଗୋଲାମୁଣ୍ଡା କେଗାଁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ, ଲୋକେ ହନ୍ତସନ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ରାସ୍ତା ଓ କୋଠାବାଡି ବିଭାଜନ ପକ୍ଷରୁ ଗୋଲାମୁଣ୍ଡା ବୋର୍ଡା ଭାୟା କେଗାଁ ରାସ୍ତାର ଉନ୍ନତିକରଣ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉଦଶୃଙ୍ଗଠାରୁ ନୁଆଗାଁ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିଛି। କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ଦିନଠାରୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିବା ବେଳେ ଆଜି କେଗାଁ ନିକଟରେ ଏକ ୟୁରିଆ ବୋଝେଇ ଟ୍ରକ ଦବି ଯିବାରୁ ଉଭୟ ପଶ୍ୱର୍ରେ ଅନେକ ଯାନବାହାନ ତଥା ଯାତ୍ରୀବାହି ବସ ଓ ସ୍କୁଲ ବସ ଅଟକି ରହିବାରୁ ଲୋକମାନେ ଏବଂ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ନିମ୍ନମାନର କାମ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। କଳାହାଣ୍ଡି ରାସ୍ତା ଓ କୋଠାବାଡି ବିଭାଜନ ପକ୍ଷରୁ ୧୭.୨୮ କୋଟି ବ୍ୟୟରେ ଉକ୍ତ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଏହାର ନିର୍ମାଣକାରୀ ସଂସ୍ଥା କେ ଏଲ ଇନଫ୍ରାବିଲ୍ଟ ସଚିନ ଅଗ୍ରୱାଲଙ୍କ ନାମରେ ରହିଛି। ଏହି ରାସ୍ତାରେ ହେଉଥିବା ପିଚୁ କାମ ନିଜେ କେ ଏଲ ଇନଫ୍ରାବିଲ୍ଟ ସଚିନ ଅଗ୍ରୱାଲ କରୁଥିବା ବେଳେ କଂକ୍ରିଟ ଓ ପୋଲ କାମରେ ପେଟି ଠିକାଦାର ନିୟୋଜିତ କରିଛନ୍ତି। କେଗାଁ ସାନଚେରଗାଁ କଲେଜ ମଧ୍ୟରେ ଥିବା ପୋଲ କାମ ଏକ ପେଟି ଠିକାଦାର ନିୟୋଜିତ ହୋଇଛନ୍ତି। ଏହି ଠିକାଦାର ଏହି ପୋଲ ନିର୍ମାଣ କରିବା ଦିନଠାରୁ ନିମ୍ନମାନର କାର୍ଯ୍ୟର ଅଭିଯୋଗ ହୋଇଥିବା ବେଳେ କାର୍ଯ୍ୟ ଧିମା ଗତିରେ ହୋଇଥିବାରୁ ବର୍ଷା ଦିନ ପୂର୍ବରୁ ଏହି କାମ ସରିପାରି ନଥିଲା। ଯାହାରି ଫଳରେ ବର୍ଷା ଦିନରେ ଏହି କାମ କରାଯାଇଥିବା ବେଳେ ପୋଲର ଉଭୟ ପାଶ୍ୱର୍ରେ ନିମ୍ନ ମାନର ମାଟି ପକାଇ ରାସ୍ତା କାର୍ଯ୍ୟ କରାଯାଇଥିବାରୁ ଆଜି ଏକ ୟୁରିଆ ବୋଝେଇ ଟ୍ରକ ଏହି ପୋଲ ନିକଟରେ ଦବି ଯିବାରୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସଂପୃକ୍ତ ବିଭାଗୟୀ ସଂସ୍ଥା ପକ୍ଷରୁ ଠିକାଦାରକୁ ତାଗିତ କରି ନିମ୍ନ ମାନର ମାଟି ଉଠାଇ ଠିକ ଭାବରେ ରାସ୍ତା କାର୍ଯ୍ୟ କରିବାକୁ ଲୋକେ ଦାବୀ କରିଛନ୍ତି। ଅପରପକ୍ଷରେ ଉଦେଶୃଙ୍ଗଠାରୁ ନୁଆଗାଁ ପର୍ଯ୍ୟନ୍ତ ପେଟି ଠିକାଦାରମାନେ କରିଥିବା ପୋଲ କାମ ସବୁ ନିମ୍ନ ମାନର ହୋଇଥିବାରୁ ଅନେକ ଯାଗାରେ ରାସ୍ତା ଦବି ଯାଇଥିାବ ଦେଖିବାକୁ ମିଳିଥିବା ବେଳେ ଉଦେଶୃଙ୍ଗ ଗାଁ ମଧ୍ୟରେ ପିଚୁ ମଧ୍ୟ ଉଠିଯାଇଥିବା ଦେଖିବାକୁ ମିଳିଛି ଏଣୁ ଯାଥା ଶିଘ୍ର ଏହାର ମରାମତି କରିବାକୁ ଲୋକେ ଦାବୀ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଦବି ରହିଥିବା ଟ୍ରକ ବାହାରି ପାରିନଥିବା ବେଳେ ଉଭୟ ପାଶ୍ୱର୍ରେ ଅନେକ ଯାନବାହାନ ଅଟିକି ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.