ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ଯୋଜନା ବୋର୍ଡ ଅଧକ୍ଷ କାର୍ଯ୍ୟାଳୟରେ ନବ ନିଯୁକ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାପତି ଭଗତ ରାମ ମାଝୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ରାଜ୍ୟ ବିଜେଡି ସମ୍ପାଦକ ସରୋଜ ସାହୁ, ଯୁଗ୍ମ ସମ୍ପାଦକ ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, କାର୍ତ୍ତିକ ଦୀପ, କାଳିଆ ପ୍ରଧାନ, ଜିଲ୍ଲା ଉପ ସଭାପତି ଧନିରାମ ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ବ୍ଲକ ଉପାଧକ୍ଷ ଦିଲୀପ ନିର୍ମଳକର, ଜିଲ୍ଲା ପରିଷଦ ସଭ୍ୟ ମୁରଲୀଧର ଭୋଇ, ମାଲ୍ୟବନ୍ତ ସୁନା, ନୂଆପଡା ବ୍ଲକ ସଭାପତି ରମାକାନ୍ତ ସିଂ ଠାକୁର, ସରପଞ୍ଚ ଦିଲୀପ ସିହ୍ନା, ଗୋପାଳ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିଷଦ ଜରିଆରେ ଜନଜାତି ସମ୍ପ୍ରଦାୟର କଳା ସଂସ୍କୃତି, ଏତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଢୋଲକିଆ ସୂଚନା ଦେଇଛନ୍ତି। ଏହି ଅବସରରେ ଘାସିରାମ ମାଝୀ ଛକ ସ୍ଥିତ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।