ଓଡ଼ିଆ ବାର୍ତ୍ତା/ ଲାହୋର: ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଗୁରୁବାର ପାକିସ୍ତାନ ସରକାର ଓ ବୋର୍ଡ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲକୁ ଖେଳାଳିମାନଙ୍କ ସୁରକ୍ଷା ନେଇ ଲିଖିତ ଆଶ୍ୱସନା ମାଗିଛି । ନକଆଉଟ ପୂର୍ବରୁ ପାକିସ୍ତାନ ଟିମ ଭାରତରେ ୯ଟି ମ୍ୟାଚ ଖେଳିବ । ପ୍ରଧାନମନ୍ତ୍ରୀ ଶାହବଜ ଶରୀଫ ପାକିସ୍ତାନର ଅଂଶଗ୍ରହଣ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇଁcଏକ ରିଭ୍ୟୁ କମିଟି ଗଠନ କରିଛନ୍ତି । କମିଟି ସହ ଏକ ସିକ୍ୟୁରିଟି ଟିମ ଭାରତରେ ହେବାକୁ ଥିବା ମ୍ୟାଚଗୁଡିକର ସୁରକ୍ଷା ବ୍ୟବସ୍ଥା ତଦନ୍ତ କରିବେ ।
ସେମାନେ ରିପୋର୍ଟ ଦେବା ପରେ ପାକିସ୍ତାନ ଟିମ ଅଂଶଗ୍ରହଣ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ଇତି ମଧ୍ୟରେ ଅକ୍ଟୋବର ୧୫ରେ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଦିନକ ପୂର୍ବରୁ ହେବାରେ କୌଣସି ଅସୁବିଧା ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପାକିସ୍ତାନ ଭେନ୍ୟୁ ପରିବର୍ତନ କରିବାକୁ ଚାହୁଁଥିଲେ ମଧ୍ୟ ବିସିସିଆଇ ମନା କରି ଦେଇଥିଲା ।