ସୁବର୍ଣ୍ଣପୁର ପୋଲିସ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସରେ ରକ୍ତଦାନ ପାଇଁ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜ଼ିଲ୍ଲା ପୋଲିସ ପକ୍ଷ ରୁ ସ୍ୱଚ୍ଛ ଭାରତ ସଂଗଠନ, ରକ୍ତଦାତା ସଂଘ, ମର୍ନିଙ୍ଗ ୱାକର ଓ ସହରର ବିଭିନ୍ନ ସଂଗଠନର ମିଳିତ ସହଯୋଗରେ ସ୍ମାର୍ଟ ପାର୍କ ଠାରେ ରକ୍ତ ଦାନ ପାଇଁ ଏକ ସଚେତନତା ପଥ ପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏସପି ଅମରେଶ ପଣ୍ଡା, ନୂତନ ଏସ୍ଡ଼ିପିଓ ରାଜ କିଶୋର ମିଶ୍ର, ଆର ଆଇ ସରୋଜ କୁମାର ବେହେରା, ସ୍ୱଚ୍ଛ ଭାରତ ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ପ୍ରଦୀପ ପୁରୋହିତ, ଇନ୍ଦୁମତି ପୁରୋହିତ ଅତିଥି ଭାବେ ଯୋଗ ଦେଇ ସନ୍ଧ୍ୟା ଭ୍ରମଣରେ ଥିବା ପାର୍କର ଶହ ଶହ ପୁରୁଷ ଓ ମହିଳାଙ୍କୁ ରକ୍ତ ଦାନ ଉପରେ ସଚେତନ କରିଥିଲେ ଏବଂ ଆପଣ ସହରବାସୀ ଓ ସ୍ଵେଛା ସେବୀ ଅନୁଷ୍ଠାନ ମାନଙ୍କ ଏଇ ଉଦ୍ୟମ ଏକ କ୍ରାନ୍ତିର ରୂପ ନେଉ ଓ ରକ୍ତ ଦାନ ମାଧ୍ୟମରେ ଅନ୍ୟର ଜୀବନ ବଂଚିବା ସହ ସମାଜରେ ଏକ ଭାଇ ଚାରା ଓ ଶାନ୍ତିର ବାତାବରଣ ସୃଷ୍ଟି ହେଉ ବୋଲି ଅତିଥିମାନେ ମତ ରଖିଥିଲେ l ଚଳିତ ଅଗଷ୍ଟ ୯ ତାରିଖ ରେ ସୋନପୁର କଲେଜ ଠାରେ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିରକୁ ସଫଳ କରିବାକୁ ନିବେଦନ କରିଥିଲେ l ହାତରେ ପ୍ଲା କାର୍ଡ ଧରି ଲୋକେ ମଧ୍ୟ ପରସ୍ପରକୁ ସଚେତନ କରିଥିଲେ l ରକ୍ତ ଦାନ ଶିବରର ପ୍ରଚାର ପ୍ରସାର ପାଇଁ ଏକ ରେକର୍ଡିଙ୍ଗ ଅଟୋ ଗାଡିକୁ ସବୁଜ ପତାକା ଦେଖାଇ ଏସପି ଶୁଭ ଉଦଘାଟନ କରିଥିବା ବେଳେ ନୂତନ ଆରଆଇ ସରୋଜ ବେହେରା, ମନୋଜ ପଣ୍ଡା ଓ ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିଲେ l ନୂତନ ଏସଡିପିଓ ଶ୍ରୀ ମିଶ୍ର ଓ ଆର ଆଇ ଶ୍ରୀ ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.