କର୍ଲାମୁଣ୍ଡା ବ୍ଳକର ୮ ଟି ଦିବ୍ୟାଙ୍ଗ ପରିବାରକୁ ମିଳିଲା ୨୦ ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନ ରାଶି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ବିଭିନ୍ନ ଗାଁର ଆଠଟି ଦିବ୍ୟାଙ୍ଗ ପରିବାରକୁ ଦିବ୍ୟଙ୍ଗଙ୍କ ବିବାହ ପ୍ରୋତ୍ସାହନ ସହାୟତା ରାଶି ମିଳିଥିବା ଜଣା ପଡ଼ିଛି। ସୂଚନା ମତେ ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି, କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ତଥା କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ସଭାପତି ସୁରେଶ ଚୌଧୁରୀଙ୍କ ଉପସ୍ଥିତରେ ଏହି ବ୍ଳକର ଗଜବାହାଲ ଗାଁର ଦିବ୍ୟଙ୍ଗ ପରିବାର ଦିଗ ନାଗ ଓ ପତ୍ନୀ ସବିତା ନାଗ, ଭଟାପଲା ଗାଁର ଫାଲଗୁନ ସାହୁ ଓ ପତ୍ନୀ ଯଶୋବନ୍ତି ସାହୁ,ବ୍ରହ୍ମଣୀମୁଣ୍ଡା ଗାଁର କୈଳାସ ରଣା ଓ ପତ୍ନୀ ଅନିତା ରଣା, ତେରେସିଙ୍ଗା ଗ୍ରାମର ଅଞ୍ଜଳି ମାଝୀ ଓ ତାଙ୍କ ସ୍ବାମୀ ପବିତ୍ର ମାଝୀ, ବୋରପଦର ଗ୍ରାମର ବଳରାମ ସାହୁ ଓ ତାଙ୍କ ପତ୍ନୀ ସୁନାଫୁଲ ସାହୁ, ଜୋରାଡବରା ଗ୍ରାମର ନର୍ମଦା ବେହେରା ଓ ତାଙ୍କ ସ୍ବାମୀ ବଳଦେବ ଗଉଡ଼, ସ. ମାଲପଡା ଗ୍ରାମର ତପନ ଚନ୍ଦନ ଓ ତାଙ୍କ ପତ୍ନୀ ଜାନକୀ ହେର୍ଣ୍ଣା, ସିଲେଟପଡା ଗ୍ରାମର ଶଶୀଭୂଷଣ ଜାନୀ ଓ ତାଙ୍କ ପତ୍ନୀ ସୀମା ଜାନୀ ପ୍ରମୁଖଙ୍କୁ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇ ଲକ୍ଷ ପଚାଷ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ର ଚେକ ପ୍ରଦାନ କରାଯାଇଥିଲା। ଠିକ ସେହିପରି ଜୁନାଗଡ଼ ବ୍ଳକର ବୁଢ଼ୀପଦର ଗ୍ରାମର ଦିବ୍ୟଙ୍ଗ ପରିବାର ନୀଳକଣ୍ଠ ଲେଞ୍ଜିଆ ଓ ତାଙ୍କ ପତ୍ନୀ ସାବେତ୍ରୀ ଲେଞ୍ଜିଆଙ୍କୁ ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ ଦିଆଯାଇଥିବା ବେଳେ ଦୁଇ ଜଣ ଦିବ୍ୟଙ୍ଗ ଛାତ୍ରଙ୍କୁ ଲାପଟୋପ ପ୍ରଦାନ କରାଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଏସଏସଓ ସସ୍ମିତା ହୋତା, ଜିଲ୍ଲା ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ର ଭବାନୀପାଟଣାର ବାଦଲ ପଟନାଏକ, ନିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.