କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡ଼ିର ନୂତନ କର୍ମକର୍ତ୍ତା ଚୟନ: ସୈାରଭ ପାତ୍ର ହେଲେ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ସଭାପତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆଁ ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରେ ସୃଦୁଢ ଓ କ୍ରିୟାଶୀଳ କରିବାପାଇଁ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡ଼ିର ନୂତନ କର୍ମକର୍ତ୍ତା ନାମ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ ଘୋଷଣା କରିଛନ୍ତି। ଏହି କମିଟିରେ ଛାତ୍ରନେତାମାନଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ଜଣଙ୍କୁ ସଭାପତି ଭାବେ ଦାଇତ୍ୱ ଦିଆଯାଇଥିବା ବେଳେ ବିଭିନ୍ନ ସମୟରେ ଚର୍ଚ୍ଚାର ପରିସରରେ ରହୁଥିବା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡ଼ି ସଭାପତି ଭାବେ ସୈାରଭ ପାତ୍ରଙ୍କୁ ଦାଇତ୍ୱ ମିଳିଛି। ସେହିପରି ଜିଲ୍ଲା କମିଟିରେ ୧୦ ଜଣ ଉପସଭାପତି, ୨୦ଜଣ ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ, ଜଣଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ନବନିଯୁକ୍ତ ଛାତ୍ର ବିଜେଡ଼ି କର୍ମକର୍ତ୍ତା ମାନଙ୍କୁ ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦଶାରୀ,ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମୈାଷଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଛାତ୍ର ସଭାପତି ଭାବେ ଶ୍ରୀ ପାତ୍ରଙ୍କୁ ଦାଇତ୍ୱ ମିଳିଥିବା ବେଳେ ଲାଞ୍ଜିଗଡ଼ ବିଜେଡ଼ି କର୍ମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.