ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗର୍ଜିଲା କଂଗ୍ରେସ

ଓଡ଼ିଆ ବାର୍ତ୍ତା/ ତିର୍ତ୍ତୋଲ: ବିରିଡି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ସମ୍ମୁଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ସ୍ବାସ୍ଥ୍ଯ କେନ୍ଦ୍ରର ବିପର୍ଯ୍ୟସ୍ତ ସ୍ବାସ୍ଥ୍ଯ ସେବା ପ୍ରତିବାଦରେ କଂଗ୍ରେସ ତରଫରୁ ଏକ ଜନ ଆକ୍ରୋଶ ପ୍ରତିବାଦସଭା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ଡାକରାରେ ଆୟୋଜିତ ଉକ୍ତ ପ୍ରତିବାଦ ସଭାରେ ବିରିଡି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର ସଭାପତିତ୍ୱ କରିଥିଲେ। ଗତ କିଛିଦିନ ତଳେ ଇଂ ମଲ୍ଲିକଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ଦଳ ମଣିଜଙ୍ଗା, ରଘୁନାଥପୁର ଓ ବିରିଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଗସ୍ତ କରି ସେଠାକାର ବାସ୍ତବ ସ୍ଥିତି ଅନୁଧ୍ଯାନ କରିଥିଲେ। ସେଠାରେ ଜଣାଇଯାଇ ଥିଲା ଯେ, ବିରିଡି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭେଷଜ, ଶଲ୍ଯ ବିଭାଗରେ ବିଶେଷଜ୍ଞଙ୍କ ସହ ଦୁଇଟି ଏମବିବିଏସ ଡାକ୍ତରଙ୍କର ଆବଶ୍ଯକତା ରହିଛି। ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ଦେବାକୁ କିରାଣି ନିଯୁକ୍ତି ହୋଇ ନାହାଁନ୍ତି ଯେଉଁଥିପାଇଁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସାର୍ଟିଫିକେଟ ଦେବା ପାଇଁ ଜଣେ କିରାଣି ଙ୍କୁ ନିଯୁକ୍ତି ଦିଆଯାଉ, ବ୍ଲକ ପ୍ରୋଗ୍ରାମ ସ୍ବାସ୍ଥ୍ଯ ଅଧିକାରୀ ମଧ୍ଯ ଏଠାରେ ନାହାଁନ୍ତି, ଏହି ସ୍ବାସ୍ଥ୍ଯ କେନ୍ଦ୍ରରେ ଦୀର୍ଘ ଚାରିଦଶନ୍ଧି ଧରି ରୋଗୀ ସେବା ସେହି ଟିଣ ଘରେ ଚାଲୁ ରହିଛି ଏଣୁ ବର୍ଷା ଦିନେ ରୋଗୀମାନେ ଅନେକ ସମସ୍ଯାର ସମ୍ମୁଖୀନ ହେଉଛନ୍ତି। ଓପିଡି ବିଲ୍ଡିଂ ସମେତ ଅନ୍ଯାନ୍ଯ ବିଲ୍ଡିଂର ମଧ୍ଯ ଆବଶ୍ଯକତା ବିରିଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ରହିଛି। ସେହିପରି ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଶିଶୁରୋଗ, ଭେଷଜ ଓ ଶଲ୍ଯ ବିଭାଗ ରେ ଆବଶ୍ଯକୀୟ ସଂଖ୍ଯକ ବିଶେଷଜ୍ଞଙ୍କ ଆବଶ୍ଯକତା ରହିଛି। ଏହି ସ୍ବାସ୍ଥ୍ଯ କେନ୍ଦ୍ରରେ ଯିଏ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ରହିଛନ୍ତି ତାଙ୍କୁ ଡାକ୍ତରଖାନା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ଯେଉଁ କାରଣରୁ ସେ ତାଙ୍କ କାର୍ଯ୍ୟ ଠିକ୍ ଭାବେ ତୁଲାଇ ପାରୁନାହାନ୍ତି। ତେଣୁ ତାଙ୍କୁ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରି ଅନ୍ଯ କାହାରିକୁ ଏହି ଦାୟିତ୍ଵ ଦିଆଯାଉ। ଏଠାରେ ଆବଶ୍ଯକତା ଠାରୁ ଯଥେଷ୍ଟ କମ୍ ସଂଖ୍ଯକ ନର୍ସ କହିଛନ୍ତି। ଅନୁରୂପ ଭାବେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ରେ ମଧ୍ଯ ସ୍ତ୍ରୀ ଓ ପ୍ରସୂତି, ଭେଷଜ ଏବଂ ଶଲ୍ଯ ବିଭାଗ ରେ ବିଶେଷଜ୍ଞ ଡାକ୍ତର ଙ୍କ ପଦବୀ ଅଭାବ ରହିଛି। ରୋଗୀଙ୍କ ସଂଖ୍ଯା ଅନୁଯାୟୀ ଓ୍ବାର୍ଡରେ କୋଠରୀ ନାହିଁ। ଏଥି ଯୋଗୁଁ ରୋଗୀମାନେ ନାହିଁ ନଥିବା ସମସ୍ଯାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ଦରକାର। ଏହି ୩ ଡାକ୍ତରଖାନା ଉପରେ ସହସ୍ରାଧିକ ଲୋକ ନିର୍ଭରଶୀଳ। କିନ୍ତୁ କୌଣସି ବି ସ୍ବାସ୍ଥ୍ଯ କେନ୍ଦ୍ରରେ ଇସିଜି, ଏକ୍ସରେ ଓ ଅଲଟ୍ରାସାଉଣ୍ଡ ମେସିନ୍ ନାହିଁ। ତେଣୁ ଗରିବ ଲୋକ ବାଧ୍ଯ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି ଓ ଅନ୍ଯତ୍ର ପରିକ୍ଷା କରୁଛନ୍ତି। ଉପୋରୋକ୍ତ ସ୍ବାସ୍ଥ୍ଯକେନ୍ଦ୍ର ଗୁଡିକରେ ୨୪ ଘଣ୍ଟିଆ ସ୍ବାସ୍ଥ୍ଯ ସେବା ଯୋଗାଇ ଦିଆଯାଉଛି। ଅଥଚ ଏହି ପରିସର ଗୁଡିକରେ ଥିବା ନିରାମୟ କେନ୍ଦ୍ର ମାତ୍ର ୬ ଘଣ୍ଟା ହିସାବରେ ଖୋଲା ରହୁଛି। ତେଣୁ ନିରାମୟ କେନ୍ଦ୍ର ଗୁଡିକୁ ୨୪ ଘଣ୍ଟିଆ ଖୋଲାଯାଉ। ଏଥିସହ କେନ୍ଦ୍ରରେ ଔଷଧର ଗୁଣବତ୍ତା ରକ୍ଷା ପାଇଁ ନିୟମିତ ବ୍ଯବଧାନରେ ନୀରିକ୍ଷଣ କରାଯାଉ। ଏହି ସବୁ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ କେତେଜଣ କର୍ମଚାରୀ ଦୁର୍ବ୍ଯବହାର କରୁଛନ୍ତି। ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଭଳି ଅନେକ ସମସ୍ଯା ରୋଗୀଙ୍କୁ ଉପଯୁକ୍ତ ସେବାରୁ ବଞ୍ଚିତ କରୁଥିବାରୁ ଏହାକୁ ନେଇ ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀଙ୍କୁ ଇଂ ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ୍ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏହି ସବୁ ସମସ୍ଯାର ସମାଧାନ ଦିଗରେ ସେଭଳି କିଛି ଆଖିଦୃଷିଆ ପଦକ୍ଷେପ ଗ୍ରହଣ ନ କରାଯିବାରୁ ଏହି ଜନ ଆକ୍ରୋଶ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କଂଗ୍ରେସ ନେତୃବୃନ୍ଦମାନେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ଯ ସେବାକୁ ନେଇ ପ୍ରଶାସନ ଉପରେ ବିଷୋଦଗାର କରିଥିଲେ। ଯଦି ଏହି ସମସ୍ଯା ର ତୁରନ୍ତ ସମାଧାନ ନ କରାଯାଏ ତେବେ ଆଗାମୀ ଦିନରେ ଅନ୍ଯ ଦୁଇଟି ବ୍ଲକରେ ମଧ୍ଯ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବ ବୋଲି ଇଂ ମଲ୍ଲିକ ମତ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଦୀପକ କୁମାର ପଶାୟତ, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା, ମନମୋହନ ଗଚ୍ଛାୟତ, ବିରିଡି ବ୍ଲକ ମହିଳା କଂଗ୍ରେସ ସଭାପତି ଅନିତା ମିଶ୍ର, ରଘୁନାଥପୁର ବ୍ଲକ ମହିଳା କଂଗ୍ରେସ ସଭାପତି ସ୍ବପ୍ନାରାଣୀ ଦାସ, ବଡଖଣ୍ଡାୟତା ସରପଂଚ ବେବିନା ମଲ୍ଲିକ, ହାଜିପୁର ସରପଂଚ ଆରତୀ ଭୂୟାଁ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଦିବାକର ନାୟକ, ଅଶୋକ ଜେନା,ପୂର୍ବତନ ସରପଂଚ ବିମଳ ସେଠୀ, ଜୋସ୍ନାରାଣୀ ବେହେରା, ବଳରାମ ମଲ୍ଲିକ, ବିରିଡି ବ୍ଲକ ଯୁବ କଂଗ୍ରେସ ସଭାପତି ସତ୍ଯଜିତ ମହାନ୍ତି, ଶୁଭେନ୍ଦ୍ର କାନ୍ତ ରାଉତରାୟ, କିଶୋର ପଟ୍ଟନାୟକ,ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ଲେଙ୍କା, ଧ୍ରୁବ ଚରଣ ପରିଡା ବିଜୟ ଜେନା, ଶରତ ଜେନା, ଅନାଦି ରାଓ ଦୁରା, ବସୁ ବେହେରା,ଦିପୁ ନାଥ, ଆଖଲ ରାଉଳ, ଶିବ ମହାପାତ୍ର, ଲିଙ୍ଗରାଜ ରାଉତ, ମଙ୍ଗୁଳି ପଞ୍ଚାୟତ କଂଗ୍ରେସ ସଭାପତି ଶ୍ରୀକାନ୍ତ ପଣ୍ଡା, କିଶୋର ରଞ୍ଜନ ବାଘୀ, ସୌମ୍ଯ କାନ୍ତ ସିଂ, ଶିବ ପ୍ରସାଦ ଦାସ, ଗୋବିନ୍ଦ ରାଉତ, ପ୍ରଦୀପ୍ତ ରାଉତ, ବ୍ରହ୍ମାନନ୍ଦ ରାଉତ, ଦୀପକ କୁମାର ସିଂ, ସନାତନ ସ୍ବାଇଁ, ଶିବ ପ୍ରସାଦ ମହାପାତ୍ର, ବିଶ୍ବନାଥ ବେହେରା, ମନୋରାମ ସ୍ବାଇଁ, ଦିଲ୍ଲୀପ ସ୍ବାଇଁ, ଟୀକାମଣୀ ରାଉତ , ଅରଣା ପଞ୍ଚାୟତ କଂଗ୍ରେସ ସଭାପତି ପଦମନ୍ ସେଠୀ, ଯୁବ କଂଗ୍ରେସ ସଭାପତି ପ୍ରଫୁଲ ସେଠୀ, ସୁକାନ୍ତ ଭୂଇଁ, ସୁବାଷ ଚନ୍ଦ୍ର ଦାସ, ସୁଜିତ୍ ନାଥ, ବାପି ଖୁଣ୍ଟିଆ, ପ୍ରଦୀପ୍ତ ନାଥ , ସୁରେଶ ଚନ୍ଦ୍ର ନାୟକ, ଅମିତ୍ ପଶାୟତ, ଅଭିଷେକ ମହାନ୍ତି, ବିଶ୍ବଜିତ ମହାନ୍ତି, ବସନ୍ତ ଦାଶ, ତରଣୀସେନ୍ ମହାପାତ୍ର, ନାରାୟଣ ନାୟକ, ସାରଦା ଜେନା, ତ୍ରିଲୋଚନ ରାଉତ, ବ୍ଲକ ଏସି ସେଲ୍ ହେମନ୍ତ ବେହେରା, ଚୌଧୁରୀ ବିମଳା କାନ୍ତ ଦାସ, ପ୍ଯାରେଶ ପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ସୁଶୀଲ କୁମାର ଦାସ, ତିର୍ତ୍ତୋଲ କଲେଜ କ୍ଯାମ୍ପସ କମିଟି ସଭାପତି ଅଜୟ କୁମାର ସ୍ବାଇଁ, ବିଶ୍ବଜିତ ବାରିକ, ସାଇ ପ୍ରଭଞ୍ଜନ ମହାପାତ୍ର ଙ୍କ ସମେତ ବିରିଡି ବ୍ଲକ ର ଶତାଧିକ କଂଗ୍ରେସ କର୍ମୀ ଏହି ସଭାରେ ଯୋଗଦେଇଥିଲେ। ଶେଷରେ କିଶୋର ପଟ୍ଟନାୟକ ସମସ୍ତଙ୍କୁ ଧନ୍ଯବାଦ ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.