ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି ସଭାପତି ହେଲେ ନୀଳାମ୍ବର ସାହୁ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡିର ନୂତନ କର୍ମକର୍ତ୍ତାଙ୍କ ନାମ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ ଘୋଷଣା କରିଛନ୍ତି । ଏହି ନୂତନ ଜିଲ୍ଲା କମିଟିରେ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ଜଣଙ୍କୁ ସଭାପତି ଭାବେ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ, ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ନୀଳାମ୍ବର ସାହୁ ମନୋନୀତ ହୋଇଛନ୍ତି। ଶ୍ରୀ ସାହୁ ଏକ ଦଶନ୍ଧି ଧରି ସଂଘର୍ଷମୟ ଛାତ୍ର ଜୀବନରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଛନ୍ତି। ସେ ୨୦୧୪ ରେ +୩ ମହାବିଦ୍ୟାଳୟ କର୍ଲାପଡ଼ାର ସଭାପତି ରହି ଛାତ୍ର ଛାତ୍ରୀଙ୍କ ହକ ପାଇଁ ପଦଯାତ୍ରା ଓ ଧାରଣା ଦେବା, ୨୦୧୬ରେ ଛାତ୍ର ବିଜେଡି ସଦର ବ୍ଲକ ସଭାପତି ରହି “ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମକୁ ସଫଳ କରାଇବା। ୨୦୧୮ ରେ ଜିଲ୍ଲା ଉପ-ସଭାପତି ରହି ଜିଲ୍ଲା ଛାତ୍ର ବିଜେଡି ନେତୃତ୍ୱକୁ ଆଗେଇବା। ଦଳମତ ନରଖି ଗରିବ ନିରହି ଲୋକଙ୍କୁ ଦୁଃଖ ସୁଖ ରେ ଜଡିତ ରହି “ବିଜୁ ସ୍ୱାସ୍ଥ୍ୟ କାର୍ଡ, ଯୋଜନାରେ ହସ୍ପିଟାଲରେ ରୋଗୀଙ୍କ ସେବା କରିବା, ସରକାରଙ୍କ ଜନକଲ୍ୟାଣକାରି ଯୋଜନା ଗ୍ରାଉଣ୍ଡ ଜ଼ିରୋକୁ ପହଞ୍ଚାଇବାରେ ସକ୍ରିୟ ଭୂମିକା ନିଭାଇଥିବାରୁ ତାଙ୍କୁ ଏହି ଗୁରୁ ଦାଇତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.