ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଜଣେ ସାମ୍ବାଦିକ ଫେସବୁକରେ ଦଳିତ ସମ୍ପ୍ରଦାୟ (ଡମ୍ବ ସମାଜ) ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ଗତ ଅଗଷ୍ଟ ୬ ରେ କେସିଙ୍ଗା ଆଦର୍ଶ ଥାନାରେ ତାଙ୍କ ନାମରେ ମାମଲା ଦାଏର କରିଥିବା ଜଣାପଡିଛି । ସୂଚନା ମୁତାବକ ଜୁଲାଇ ୧୦ ରେ ଫେସବୁକରେ ପୋଷ୍ଟିଂ ହୋଇଥିବା ଜନତା ଦରବାର ଓଡିଶା ୱେବ ଚାନେଲରେ ଥାନାଧିକାରୀଙ୍କ ସହ ସିଡ୍ୟୁଲ କାଷ୍ଟର କେତେଜଣ ଯୁବ ବନ୍ଧୁ କିଛି ଆଲୋଚନା କରୁଥିବା ଖବର ପ୍ରସାରିତ ହୋଇଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ନର୍ଲାର ସାମ୍ବାଦିକ ସୁଶାନ୍ତ ଚାନ୍ଦ ଦଳିତ ସମ୍ପ୍ରଦାୟ (ଡମ୍ବ ସମାଜ)କୁ ଆକ୍ଷେପ କରି ଓ ଅସାମ୍ବିଧାନିକ ଭାଷା ପ୍ରୟୋଗ କରି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ଜିଲ୍ଲା ସିଡ୍ୟୁଲ କାଷ୍ଟ ଫେଡେରେସନ ତରଫରୁ କେସିଙ୍ଗା ଏନଏସି ଦୁର୍ଗା ମଣ୍ଡପ ଠାରେ ଏକ ବୈଠକ କରାଯିବା ସହ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଜିଲ୍ଲା ଡମ୍ବ ସମାଜ ଟିମ୍, ବ୍ଲକ ଟିମ, ବାଲ୍ମିକି ସମାଜର କର୍ମକର୍ତ୍ତା ବୃନ୍ଦ ଓ ମୁସଲିମ ସମ୍ପ୍ରଦାୟର ସଦସ୍ୟ ବୃନ୍ଦ କେସିଙ୍ଗା ଆଦର୍ଶ ଥାନାରେ ପହଞ୍ଚି ଏକ କେସ ଦାଏର କରିଥିବା ଜଣାପଡିଛି ।