କେଗାଁ ଥାନା ବେତରାଜପାଲି ଘଟୁଆଲ ଜଙ୍ଗଲ ନିକଟରୁ ବୃଦ୍ଧଙ୍କ ଶବ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କେଗାଁ ଥାନା ମହାଲିଙ୍ଗ ଗ୍ରାମପଞ୍ଚାୟତ ବେତରାଜପାଲି ଘଟୁଆଲ ଜଙ୍ଗଲ ନିକଟରେ ଶୁକ୍ରବାର ସକାଳ ସମୟରେ ଏକ ବୃଦ୍ଧ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ବୃଦ୍ଧ ଜଣକ ହେଉଛନ୍ତି ବେତରାଜପାଲି ଗ୍ରାମର ପରମେଶ୍ୱର ଧାରୁଆ (୬୦)। ବୃଦ୍ଧ ଜଣକ ଆଜି ସକାଳ ସମୟରେ ଘଟୁଆଲ ଜଙ୍ଗଲ ନିକଟରେ ଥିବା ନିଜ ଜମିକୁ ଆସିଥିଲେ। ଘରକୁ ଫେରିବାକୁ ବିଳମ୍ବ ହେବାରୁ ନିଜ ପୁଅ ସରିନ୍ଦ୍ର ଧରୁଆ ଜମିକୁ ଖୋଜି ଆସିଥିଲେ। କିନ୍ତୁ ନିଜ ଜମି ମଧ୍ୟରେ ତାଙ୍କ ବାପାଙ୍କ ଶବ ପଡିଥିବା ଦେଖି ଘରକୁ ଯାଇ କେଗାଁ ଥାନାକୁ ଜଣାଇଥିଲେ। କେଗାଁ ଥାନା ଆଇଆଇସି ମୁକୁନ୍ଦ ନାଏକ ପୋଲିସ କର୍ମଚାରୀମାନଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାରମ୍ଭିକ ତଦନ୍ତ ପରେ ପାରିପାର୍ଶ୍ବିକ ଅବସ୍ଥା ଦେଖି କିଛି ସନ୍ଦେହ ହେବାରୁ ସାଇଣ୍ଟିଫିକ ଟିମର ସହାର୍ଯ୍ୟ ନିଆଯାଇଥିଲା। ଖବର ଲେଖା ହେବା ବେଳକୁ ଘଟଣାସ୍ଥଳରେ ସଦର ଉପଖଣ୍ଡ ପୋଲିସ ଅଧିକାରୀ ସୁନାରାମ ହେମରମ ପହଞ୍ଚିଥିବା ବେଳେ ସାଇଣ୍ଟିଫିକ ଜରିଆରେ ଅଧିକ ତଦନ୍ତ ଜାରି ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.