ବେଦାନ୍ତ ଆଲୁମିନିୟମ୍ ଆନ୍ତର୍ଜାତୀୟ ଯୁବ ଦିବସ ଅବଶରରେ ଯୁବକମାନଙ୍କ ପାଇଁ ଦକ୍ଷତା ପ୍ରଶିକ୍ଷଣକୁ ବିସ୍ତାର କରିଛି

କମ୍ପାନୀ ଗ୍ରାମୀଣ ଭାରତରେ ଅନେକ ଦକ୍ଷତା ତାଲିମ କାର୍ଯ୍ୟକ୍ରମର ସମ୍ପ୍ରସାରଣ କରୁଛି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତର ଗ୍ରାମାଂଳର ବିଶେଷ କରି ଓଡିଶା ଏବଂ ଛତିଶଗଡରେ ଏହାର କାର୍ଯ୍ୟ ପରିସର ମଧ୍ୟରେ ଯୁବକମାନଙ୍କ ପାଇଁ ବିଶେଷ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ବିସ୍ତାର କରିଛି । ଏହି ପ୍ରୟାସ ମାଧ୍ୟମରେ, ଏହା ସ୍ଥାୟୀ ଜୀବିକା ନିର୍ବାହ ଏବଂ ଲାଭଜନକ ନିଯୁକ୍ତି ପାଇଁ ଅତିରିକ୍ତ ଉପାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖୁଛି । ଭାରତ ଏହାର ୭୭ତମ ସ୍ବାଧୀନତା ଦିବସ ପଳନ ପାଖେଇ ଆସୁଥିବାରୁ ଏହି ପ୍ରୟାସ ଗ୍ରାମାଂଚଳର ଯୁବକମାନଙ୍କ ପାଇଁ ଦେଶର ପ୍ରଗତିରେ ଯୋଗଦାନ କରିବାର ସୁଯୋଗକୁ ମଧ୍ୟ ସୂଚିତ କରିବ ।

Omkar Vasthu
Omkar Vasthu

ସମ୍ପ୍ରତି କମ୍ପାନୀ ଭୁବନେଶ୍ଵରରେ ଦକ୍ଷତା ବିକାଶ ପ୍ରତିଷ୍ଠାନ ସହଭାଗିତାରେ ଏକ ପ୍ରମୁଖ ନୂତନ ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଗ୍ରାମାଂଳର ଯୁବକମାନଙ୍କୁ ବଜାର ସମନ୍ଧୀୟ କୌଶଳରେ ତାଲିମ ଦେଇ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ । ପ୍ରଥମ ବ୍ୟାଚ୍ ଛାତ୍ରମାନେ ବର୍ତମାନ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିସିଆନ ଭାବରେ ଦକ୍ଷତା ତାଲିମ ନେଉଛନ୍ତି । ବର୍ତମାନ, ବେଦାନ୍ତ ଆଲୁମିନିୟମ୍ ଇଣ୍ଡଷ୍ଟ୍ରିଆଲ୍ ୱେଲଡିଂରେ ଟ୍ରେନିଂ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ଆହୁରି ବିସ୍ତାର କରିଛି । ଏହା ସହିତ ଓଡ଼ିଶାର ସୁନ୍ଦରଗଡରେ କମ୍ପାନୀର କାର୍ଯ୍ୟକଳାପ ନିକଟରୁ ପ୍ରାୟ ୪୦ ଜଣ ଯୁବକ ଶିଳ୍ପଲାଭଦାୟକ ବାଣିଜ୍ୟରେ ତାଲିମ ନେଉଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଦକ୍ଷତା ବିକାଶ ପଦକ୍ଷେପର ଦ୍ଵିତୀୟ ବ୍ୟାଚ୍ ର ଅଂଶ ଭାବରେ ଦିଲୀପ କୁମାର ଗାର୍ଡିଆ କହିଛନ୍ତି, “ଏହି କାର୍ଯ୍ୟକ୍ରମ ମୋ ପାଇଁ ଏକ ସଶକ୍ତିକରଣ ଯାତ୍ରା ଅଟେ, ଯାହା ମୋତେ ବିଭିନ୍ନ ବୈଷୟିକ କୌଶଳ ସହିତ ନିଜକୁ ପ୍ରସ୍ତୁତ କରିତାଏ । ଏହି କାର୍ଯ୍ୟକ୍ରମକୁ ସୁଗମ କରିଥିବାରୁ ଏବଂ ଆମର ପୂର୍ବ ସମ୍ଭାବନାକୁ ଅନୁସନ୍ଧାନ କରିବାରେ ସାହାଯ୍ୟ କରିବାକୁ ମୁଁ ପ୍ରତିବଦ୍ଧତା ପ୍ରଦାନ କରିଥିବାରୁ ମୁଁ ବେଦାନ୍ତକୁ କୃତଜ୍ଞତା ଜଣାଉଛି । ଏହିପରି କାର୍ଯ୍ୟକ୍ରମଗୁଡିକ ଆମ ସମ୍ପ୍ରଦାୟ ମଧ୍ୟରେ ବୃଦ୍ଧି ଏବଂ ପ୍ରଗତିରେ ସାହାଯ୍ୟ କରିଥାଏ ଏବଂ ଏହିଥୁରୁ ମୋ ନିଜ ଗ୍ରାମରୁ ଅନେକ ଯୁବକ ଉପକୃତ ହୋଇଛନ୍ତି ।

Udyog Nursery
Udyogi Nursery

ଅଧିକନ୍ତୁ, କମ୍ପାନୀ ଖୁବ୍ ଶୀଘ୍ର ଏହାର ପ୍ରୋଜେକ୍ଟ ସଖ୍ୟୟମ୍ ଅନ୍ତର୍ଗତ ଦ୍ଵିତୀୟ ବ୍ୟାଡ୍ ଯୁବକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବ, ଯାହାକି ସୋସାଇଟି ଫର ଓଡିଶା ସରକାର – କଟକ, ଛତିଆର ଅଶୋକ ଲେଲ୍ୟାଣ୍ଡ ଏଚଏମଭି ଡ୍ରାଇଭର ତାଲିମ ପ୍ରତିଷ୍ଠାନ ମିଳିତ ସହଯୋଗରେ ଏକ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଅଟେ । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ୍ ଯୁବକମାନଙ୍କୁ ହେଭି ମୋଟର ଯାନ ଏବଂ ହାଲୁକା ମୋଟର ଯାନବାହାନ ଚଳାଚଳ ତାଲିମ ପ୍ରଦାନ କରୁଛି । ବର୍ତମାନ, ଫର୍କଲିଫ୍ ଅପରେସନ୍ସକୁ ଅନ୍ତର୍ଭୁକ୍ତ କରିବା ପାଇଁ କମ୍ପାନୀ ଟ୍ରେନିଂକୁ ବିସ୍ତାର କରିବାକୁ ଯୋଜନା କରିଛି, ଯାହାକି ଉତ୍ପାଦନ କାରଖାନା ମଧ୍ୟରେ ମୂଳ କାର୍ଯ୍ୟରେ ଚାକିରି ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ କୌଶଳ ଅଟେ । ପ୍ରଥମରେ, ଦ୍ଵିତୀୟ ବ୍ୟାଡ୍ ମହିଳା ଏବଂ ଟ୍ରାନ୍ସଜେଣ୍ଡର ପ୍ରଫେସନାଲମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବ, ଯାହାଦ୍ଵାରା ଘରୋଇ ଉତ୍ପାଦନ ଦୃଶ୍ୟ ମଧ୍ୟରେ ବିବିଧତା ଏବଂ ଅନ୍ତର୍ଭୁକ୍ତ ହେବ ।

ଶିକ୍ଷା, ସ୍ବାସ୍ଥ୍ୟସେବା, ଜୀବିକା, ଦକ୍ଷତା ବିକାଶ ଏବଂ ତୃଣମୂଳ କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ବେଦାନ୍ତ ଆଲୁମିନିୟମ୍‌ର ବିକାଶମୂଳକ ପ୍ରୟାସ ଭାରତର ଗ୍ରାମାଂଳର ଗ୍ରାମୀଣ ସମ୍ପ୍ରଦାୟକୁ ଉପକୃତ କରିବାରେ ଲାଗିଛି । ଏହାର ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୧୫,୦୦୦ ଯୁବକଙ୍କୁ ତାଲିମ ଦିଆଯାଇଛି । ଏଥୁମଧ୍ୟରେ ଫୋକସ୍ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ, ଯେପରିକି ଓଡ଼ିଶାର ଝାରସୁଗୁଡାରେ ଥିବା ଶୁଭଲକ୍ଷ୍ମୀ ସେଲୁ ହେଲପ୍ ଗ୍ରୁପ୍ (ଏସଏଚଜି) ସମବାୟ ସମିତି, ଢୋକ୍ରା ଆର୍ଟ ଭଳି ପାରମ୍ପାରିକ କଳା ଫର୍ମ ଅଭ୍ୟାସ କରୁଥିବା କାରିଗରମାନଙ୍କ ପାଇଁ ସହାୟତା,ଏବଂ ମୋର୍ ମାଟି, ମୋର୍ ମାଟି ଯାହା ଛତିଶଗଡରେ କୃଷକମାନଙ୍କୁ ଅଧିକ । ଚାଷ କୌଶଳ ପାଇଁ ନିରନ୍ତର ତାଲିମ ଦେଉଛି । ଏହି ପ୍ରୟାସ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ୍‌ ସକ୍ରିୟ ଭାବରେ ବୃଦ୍ଧି ପାଉଥିବା ଉଦ୍ୟୋଗୀତା, ସ୍ଥାୟୀ ଅର୍ଥନୈତିକ ବିକାଶ ଏବଂ ସାରା ଦେଶରେ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାଓ୍ବାରଫ୍ଲାଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.