ଗୋଲାମୁଣ୍ଡା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ତହସିଲ ଅଫିସ ଘେରାଉ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବର୍ତ୍ତମାନ ଶ୍ରାବଣ ମାସରେ ବୈଶାଖର ତାତି ପାଇଁ ଜମି ଫାଟି ଆଁ କରିଥିବା ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ କଳାହାଣ୍ଡି ଜନ ସଂଗ୍ରାମ ସମିତି ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ ଘେରାଉ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ସୋମବାର ଜନ ସଂଗ୍ରାମ ସମିତି ଅଧ୍ୟକ୍ଷ ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକତ୍ରିତ ହୋଇ ଗୋଲାମୁଣ୍ଡା ବ୍ଲକଠାରୁ ଏକ ଶୋଭାଯାତ୍ରା ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ତହସିଲ ଅଫିସ ଘେରାଉ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ଦାବୀପତ୍ର ତହସିଲଦାର ଅଶୋକ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ୮ ଦଫା ଦାବୀପତ୍ରରେ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତକୁ ଗଜା ମରୁଡି ଘୋଷଣା କରାଯାଉ । ଖଲିଆପାଲି ଗ୍ରାମପଞ୍ଚାୟତର ୨୦୨୨-୨୩ ବର୍ଷର ମରୁଡି ଆକଳନ ଭୁଲ ଥିବା ହେତୁ ପୁନଃ ମୂଲ୍ୟାଙ୍କନ କରି ଚାଷୀଙ୍କୁ ପ୍ରଦାନ କରାଯାଉ। ଗୋଲାମୁଣ୍ଡାଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ । ଉଦନ୍ତି ନଦୀରେ ନଦୀବନ୍ଧ କରି ଚାଷୀଙ୍କୁ ପାଣି ଯୋଗାଇ ଦିଆଯାଉ । ଗୋଲାମୁଣ୍ଡାଠାରେ ଏକ ଭୋକେଶନାଲ କଲେଜ ମଂଜୁର କରାଯାଉ । ବୃନ୍ଦାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଯୁକ୍ତ ଦୁଇ କଲେଜ ଖୋଲାଯାଉ । ଖଳିଆକାନିଠାରେ ଜିଲ୍ଲାପରିଷଦ ପାଣ୍ଠିରୁ ଲାଗିଥିବା ଷ୍ଟ୍ରିଟ ଲାଇଟ ଜଳୁ ନଥିବାରୁ ତାର ପ୍ରତିକାର କରାଯାଉ । ବୃନ୍ଦାବାହାଲଠାରେ ଏକ ନୂତନ ପିଏଚସି ସ୍ଥାପନା କରାଯାଉ । ଉକ୍ତ କାର୍ଯ୍ୟକ୍ରମରେ ଚାଷୀ ନେତା ଅନୀଲ ମଲ୍ଲିକ, ଲମ୍ବୁ ଜାଲ, ପ୍ରସନ୍ନ ରାଉତ, ଡାକେ ଲହଜଲ, ଜଗୁ ପ୍ରସାଦ ରାଉତ,ଗଙ୍ଗା ରାଉତ, କୃଷ୍ଣ ମୁଣ୍ଡ,ତୁଲସୀ ମାଝୀ,ବିର କିଶୋର ନାଏକ,ସଦା ମାଝୀ, ଅଗସ୍ତି ମାଝୀ, ମନୋଜ ବିଶି, ରମେଶ ଅଗ୍ରୱାଲ, ସହଦେବ ଲିମ ଗଛିଆ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.