ଆଫିନ୍ ଏବଂ ଓଆଇଜି ପକ୍ଷରୁ ମେଗା ରକ୍ତଦାନ ଶିବିର, ୨୦୧ ୟୁନିଟ ରକ୍ତ ସଂଗୃହୀତ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତର କଲ୍ଯାଣ ମଣ୍ଡପ ଠାରେ ସ୍ବେଚ୍ଛାସେବୀ ସଙ୍ଗଠନ ” ଆଫିନ୍ ଏବଂ ଓଆଇଜି” ଆନୁକୂଲ୍ୟରେ ଏକ ବ୍ଲକସ୍ତରୀୟ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରେ ୨୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସକାଳ ୯ଟା ରେ ଅବିଭକ୍ତ ତିର୍ତ୍ତୋଲର ପୂର୍ବତନ ସରପଂଚ ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ବିମଳ ପ୍ରସାଦ ଦାଶ, ଆଫିନ୍ ଏବଂ ଓଆଇଜି ର ପ୍ରତିଷ୍ଠାତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଓ ମୁଖ୍ଯ ପରାମର୍ଶଦାତା ତଥା ଗୋବିନ୍ଦପୁର ସମିତିସଭ୍ୟ ଦେବ ପ୍ରସାଦ ନାୟକ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିର ର ଉଦଘାଟନ କରିଥିଲେ। ପ୍ରତିକୂଳ ପାଗ, ଲଗାଣବର୍ଷା, ଚାଷ କାର୍ଯ୍ୟ ସତ୍ତ୍ୱେ ଇଂ ମଲ୍ଲିକ ଙ୍କ ଅନୁରୋଧ ରକ୍ଷା କରି ତିର୍ତ୍ତୋଲ , ରଘୁନାଥପୁର, ବିରିଡି, ଏରସମା, ରାହାମା, କୁଜଙ୍ଗ, ପାରାଦ୍ୱୀପ ସମେତ କଲେଜ ଛାତ୍ରଛାତ୍ରୀମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ମହାନତାର ପରିଚୟ ଦେଇଥିଲେ। ଜଗତସିଂହପୁର ଓ କଟକ ରକ୍ତଭଣ୍ଡାର କର୍ମଚାରଙ୍କ ଦ୍ବାରା ଏହି ରକ୍ତ ସଂଗ୍ରହ କରାଯାଇଥିଲା।

Omkar Vasthu
Omkar Vasthu

ଉକ୍ତ ସଙ୍ଗଠନ ର ସଭାପତି ଶ୍ରୀପତି ଲେଙ୍କା ,ସାଧାରଣ ସମ୍ପାଦକ ସୁନୀଲ ରାଣା, ସମାଜସେବୀ ଅଶ୍ବିନୀ ସ୍ବାଇଁ, ସଫି ଆଜମ୍, ଜ୍ଯୋତି ରଞ୍ଜନ ମଲ୍ଲିକ, ବୁଦ୍ଧେଶ୍ବର ବେହେରା, ରାକେଶ ସ୍ବାଇଁ, ସାଇ ପ୍ରଭଞ୍ଜନ ମହାପାତ୍ର, ସୁଦାମ ସ୍ବାଇଁ,ତର୍ପଣ ଶତପଥୀ, ମାନସି ବାରିକ, ସୋନାଲି ସୁପ୍ରଭା ସାହୁ, ସୁଶୀଲ କୁମାର ଦାଶ, ପ୍ରଦୀପ୍ତ ସୁନ୍ଦର ନାୟକ,ପ୍ରତ୍ଯୁଷ ପରିଜା, ସୌମ୍ଯ ରଞ୍ଜନ ସାହୁ, ପରେଶ ପାତ୍ର , ସମରେନ୍ଦ୍ର ମହାପାତ୍ର, ରାଜେନ୍ଦ୍ର ନାୟକ ପ୍ରମୁଖ ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ। ଶୁଭ ନାରାୟଣ ନାୟକ, ସରପଂଚ ଶଶଧର ମଲ୍ଲିକ, ପ୍ରଦ୍ୟୁମ୍ନ କିଶୋର ଚୟନୀ, ସରୋଜିନୀ ପରିଜା, ସମିତିସଭ୍ୟ ଦେବୀ ପ୍ରସାଦ ପାଳ, ରଞ୍ଜନ କୁମାର ସାହୁ, ପ୍ରହ୍ଲାଦ ଚରଣ ସାହୁ, ପ୍ରଶାନ୍ତ ଲେଙ୍କା, ଧ୍ରୁବ ଚରଣ ପରିଡା, ଚିତ୍ତ ରଞ୍ଜନ ଦାସ, ଅନୁସୁୟା ପ୍ରଧାନ, ପ୍ରାଚୀ ଚୟନୀ, ଅହଲ୍ଯା ମହାନ୍ତି, ପ୍ରସନ୍ନ ଲେଙ୍କା, ସମିର କର, ରଶ୍ମି ରଞ୍ଜନ ଦାଶ, ସୁଭାସିସ ସ୍ବାଇଁ, ସନ୍ତୋଷ ଶତପଥୀ, ଭିକି ଶର୍ମା, ନିହାର ରଞ୍ଜନ ଦାସ, ଅଧିକାରୀ ସୁଧାଂଶୁ ଶେଖର, ରବିନ୍ଦ୍ର ମଲ୍ଲିକ, ଆଶିଷ ମଲ୍ଲିକ, ରମାକାନ୍ତ ଦାସ, ସନ୍ତୋଷ ପାତ୍ର, ରୂପ ରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ରେକର୍ଡ ସଂଖ୍ଯକ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରକୁ ସାଫଲ୍ୟ ମଣ୍ତିତ କରି କିଛି ମାତ୍ରାରେ ରକ୍ତର ଅଭାବ କୁ ଦୂର କରିଥିବାରୁ ସମସ୍ତ ରକ୍ତଦାତା ଓ ଦୁଇ ରେଡକ୍ରସ ଟିମ୍ ର କର୍ମଚାରୀଙ୍କ ଆଫିନ୍ ଏବଂ ଓଆଇଜି ର ସମସ୍ତ ସ୍ବେଚ୍ଛାସେବୀମାନଙ୍କୁ ଇଂ ହିମାଂଶୁ ମଲ୍ଲିକ ଓ ଦେବ ପ୍ରସାଦ ନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏଠାରେ ପ୍ରକାଶ ଥାଉକି ଗତବର୍ଷ ଏହି ଆଫିନ୍ ଏବଂ ଓଆଇଜି ସଙ୍ଗଠନ ତରଫରୁ ରଘୁନାଥପୁର ବ୍ଲକ ତାରପୁର ଠାରେ ନିର୍ବାଚନ ମଣ୍ଡଳୀସ୍ତରୀୟ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ୩୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.