ଜିଲ୍ଲା କଂଗ୍ରେସର ନୂଆପଡା ବ୍ଲକ କାର୍ଯ୍ୟାଳୟ ଘେରାଉ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂଆପଡା ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ୧୨ ଦଫା ସମ୍ବଳିତ ଏକ ଦାବୀପତ୍ର ବି.ଡି.ଓ.ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଛି। ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ପଡିଆ ଏନ.ଏ.ସି. କଲ୍ୟାଣ ମଣ୍ଡପଠାରୁ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଅଫିସରେ ପହଂଚି ଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମରଣା ନୀତି, ଟାଟା କମ୍ପାନୀର ଖାଉଟି ବିରୋଧି ବିଜୁଳି ନୀତି ବିରୋଧ ରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ମୋତିଲାଲ ଦାସ, ଦେବଦତ୍ତ ଦୀକ୍ଷିତ, ଜିଲ୍ଲା ସମ୍ପାଦକ ଅଭୟ ଯୋଶୀ, ଇଶ୍ୱର ବୈଷ୍ଣବ, ଚୁନୁ ଲାଲ ଶବର, ଆନନ୍ଦ ସୋନୀ, ପବନ ଶର୍ମା, ଗୋବିନ୍ଦ ସିଂ ଠାକୁର, କୌଶିକ ସାହୁ, ଅନନ୍ତ ସୁନାନୀ, ପ୍ୟାରୀଲାଲ ଶବର, ତେଜରାଜ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.