ଗର୍ଜିଲେ ପାଚିକା ସହାୟିକା ସଂଘ; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫାର ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାନେତ୍ରୀ ବିମଳା ଗୌଡ଼, ଜିଲା ସମ୍ପାଦିକା ତାପସ୍ୱିନୀ ମହାରଣାଙ୍କ ନେତୃତ୍ୱରେ ଓ ଭାରତୀୟ ମଜଦୂର ସଂଘ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ଜିଲ୍ଲା ସମ୍ପାଦକ ବିଶ୍ବରଞ୍ଜନ ସାଙ୍କ ମାର୍ଗଦର୍ଶନରେ ଭବାନୀପାଟଣା ପାଚିକା ସହାୟିକା ମଜଦୂର ସଂଘର ସଭାନେତ୍ରୀ ପଙ୍କଜିନୀ ସ୍ବାଇଁ, ସମ୍ପାଦିକା କବିତା ମାଝୀ, ଜିଲ୍ଲା ସଂଗଠନ ସମ୍ପାଦକ ସୁରେନ୍ଦ୍ର ମୋହନ କର, ନବୀନ ଛତ୍ରୀଆ, ପ୍ରମୋଦ ବାଣିଆ, ଆଦିତ୍ୟ ସିଂ, ସନ୍ୟାସୀ ପ୍ରଧାନ, ମମତା ଭୋଇ, ନୀଳକଣ୍ଠ ଗୌଡ଼ ପ୍ରମୁଖଙ୍କ ସମେତ ୧୦୦ ରୁ ଉର୍ଦ୍ଧ୍ବ ପାଚିକା ସହାୟିକା ଏକ ଭବ୍ୟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡିକ ମଧ୍ୟରେ ପାଚିକା ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ । ପାଚିକା ଓ ସହାୟିକା ମାନଙ୍କର ଇପିଏଫ, ଇଏସଆଇସି ଲାଗୁ କରିବା ସହିତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ । ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ କରାଯାଉ । କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କଲେ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉ । ସମସ୍ତଙ୍କ ପାଇଁ ବୀମାର ବ୍ୟବସ୍ଥା କରାଯାଉ । ଏଭଳି ୬ ଗୋଟି ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛି ସଂଘ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.