A କ୍ଲାସ କଣ୍ଟ୍ରାକ୍ଟର ଗିରଫ; ନିମ୍ନ ମାନର କାମ କରି ପଡ଼ିଲେ ହରଡ଼ ଘଣାରେ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ୪ ଟି ସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି ଙ୍କ ନିମନ୍ତେ ପ୍ରତ୍ୟେକ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣରେ ବ୍ୟାପକ ଅନିୟମିତତା କରି ସରକାରୀ ଟଙ୍କା ହଡପ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ ଏ କ୍ଲାସ ଠିକାଦାର ବିଜୟ ଅଗ୍ରୱାଲ ଏବଂ ତାଙ୍କର ପାୱାର ଅଫ ଆଟର୍ଣ୍ଣ ହୋଲ୍ଡର ଦୀପକ ଅଗ୍ରୱାଲ ଙ୍କୁ ସୋମବାର ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ସ୍ଵତନ୍ତ୍ର ଆରଏଲଟିପି ଯୋଜନାରେ କେବିକେ ଜିଲ୍ଲା ପାଇଁ ୨୦୧୭-୧୮ ରେ ଜିଲ୍ଲା ର ସୋନପୁର ବ୍ଲକ ମୁକୁନ୍ଦ ପୁର ଆଶ୍ରମ ସ୍କୁଲ୍, ଅସୁର ମୁଣ୍ଡା ଆଶ୍ରମ ସ୍କୁଲ୍, ତରଭା ବ୍ଲକ ବଡଭାଇଁରୋ ଆଶ୍ରମ ସ୍କୁଲ୍ ଓ ବୀରମହାରାଜପୁର ବ୍ଲକ କୁଞ୍ଜପାଲି ଆଶ୍ରମ ସ୍କୁଲ୍ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ଆଇଆରସି ଭିଲେଜ ପ୍ଲଟ ନମ୍ବର ୧/୨୦୭ ରେ ଥିବା ଏମ/ଏସ – ହିନ୍ଦୁସ୍ଥାନ ଷ୍ଟିଲୱର୍କ୍ କନଷ୍ଟକସନ ଲିମିଟେଡ ( ଏଚଏସ ସିଏଲ) ଯାହାର ମୂଖ୍ୟ କାର୍ଯ୍ୟଳୟ କୋଲକାତା ରେ ଅବସ୍ଥିତ ଏହା ର ନିର୍ମାଣ ଦାୟିତ୍ବ ପାଇଥିଲା । ଉକ୍ତ ଚାରୋଟି ହଷ୍ଟେଲ ନିର୍ମାଣ ପାଇଁ ଉକ୍ତ ଠିକା ସଂସ୍ଥା ର ମାଲିକ ଠିକାଦାର ବିଜୟ ଅଗ୍ରୱାଲ ଓ ତାଙ୍କ ଅଟର୍ଣିଂ ହୋଲଡର ଦୀପକ ଅଗ୍ରୱାଲ ଙ୍କ ମଧ୍ୟରେ ୨ କୋଟି ୭୧ ଲକ୍ଷ ୨୪ ହଜାର ୨୦୭ ଟଙ୍କାର ଚୁକ୍ତି ହୋଇଥିଲା। କାମ ସରିଲା ପରେ ତାହା ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇ ଆସୁଥିଲା ବେଳେ ଗତ ଜୁଲାଇ ୪ ରେ 5T ସଚିବ ଭି.କେ.ପାଣ୍ଡିଆନ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ମୁକୁନ୍ଦ ପୁର ଆଶ୍ରମ ସ୍କୁଲ୍ କୁ ଯାଇ ଥିବା ସମୟରେ ଗ୍ରାମବାସୀ ମାନେ ମଧ୍ୟ ଅଭିଯୋଗ କରିଥିଲେ। ଜୁଲାଇ ୫ ତାରିଖ ଜିଲ୍ଲାପାଳ ବିମଳେନ୍ଦୁ ରାୟ ସମ୍ୱଲପୁର ଭିଜିଲାନ୍ସ ଏସପିଙ୍କୁ ତଦନ୍ତ କରି ଠିକା ସଂସ୍ଥା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ। ଏହା ପରେ ସୋନପୁର ଓ କଟକ ଭିଜିଲାନ୍ସର ବୈଷୟିକ ଟିମ ଏହାର ତଦନ୍ତ କରିଥିଲେ ଓ କାମ ନିମ୍ନ ମାନର ହୋଇଥିବା ଜଣାପଡିଥିଲା। ମୁଖ୍ୟତଃ ଘରର ଶାଳ କାଠ ବଦଳରେ ଶସ୍ତା କାଠ, ନିମ୍ନ ମାନର ଘର ନିର୍ମାଣ ସାମଗ୍ରୀ, ନିର୍ଦ୍ଦିଷ୍ଟ ମାପ ଠାରୁ କମର ଛାତ ପକାଇବା, ଶସ୍ତାରେ ଲାଇଟ ଓ ସୁଇଚ ଲଗାଇ ନାମୀ ଦାମୀ କମ୍ପାନୀର ବିଲ କରିବା ଆଦି କେଳେଙ୍କାରି ଜଣାପଡିଥିଲା। ଓ ପରେ ଅନ୍ୟ ତିନୋଟି ହଷ୍ଟେଲ ମଧ୍ୟ ଯାଞ୍ଚ କରି ଠିକା ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ଚଲୁ କରିଥିବା ଜଣାପଡ଼ିଥିଲା। ଏ ନେଇ କଟକ ଭିଜିଲାନ୍ସ ସେଲ ଏସପି ଏମ. ରାଧାକ୍ରୀଷ୍ଣା ସୂଚନା ଦେଇଥିବା ବେଳେ ଭିଜିଲାନ୍ସ ସେଲ କେସ ନଂ ୮/୨୩ ଧାରା ୧୩(୨) ଆର/ଡବ୍ଲୁ, ୧୩,(୧) ଏ, ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮/୪୦୬, ୪୦୯,୪୨୦,୧୨୦- ବି ଅନୁଯାୟୀ ଏକ ମକଦ୍ଦମା ରୁଜୁ କରା ଯାଇ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.