ମଲ୍ଲିକାର୍ଜ୍ଜୁନ ଖଡଗେ ହୋଇପାରନ୍ତି ‘ଇଣ୍ଡିଆ’ର ସଂଯୋଜକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆର ସଂଯୋଜକ ପଦକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଏହି ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇରେ ହେବାକୁ ଥିବା ଆସନ୍ତା ମିଟିଂରେ ତାଙ୍କ ନାମ ଘୋଷଣା କରାଯିବ । ଏକଥା ମଧ୍ୟ କୁହାଯାଉଛି ଯେ, ଇଣ୍ଡିଆରେ ସାମିଲ ଥିବା ସମସ୍ତ ଦଳ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ସମର୍ଥନ କରୁଛନ୍ତି ।

Omkar Vasthu
Omkar Vasthu

ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାଁ ଆସୁଥିଲା । ତାଙ୍କର ସେମିତି କିଛି ଲକ୍ଷ୍ୟ ନାହିଁ । ସେ କେବଳ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଚାହୁଁଥିଲେ । ଇଣ୍ଡିଆର ସଂଯୋଜକ ଦାୟିତ୍ୱ ଅନ୍ୟ କାହାକୁ ଦେବାକୁ  ସେ ପରାମର୍ଶ ଦେଇଥିଲେ  ।

Pearl dental clinic
Near Ashish Medical Store, Bhawanipatna

ସୂଚନାଥାଉ କି, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏନଡିଏ ଓ  ଇଣ୍ଡିଆ ମେଣ୍ଟ କମର କଷିଲେଣି । ନିଜ ନିଜ ରଣନୀତି  ପ୍ରସ୍ତୁତି ଉପରେ ସମସ୍ତେ ଲାଗି ପଡ଼ିଛନ୍ତି । ତେଣୁ କାହାକୁ ସଂଯୋଜକ ରଖିଲେ ଇଣ୍ଡିଆ ମେଣ୍ଟକୁ ଫାଇଦା ହେବ ସେ ନେଇ ଅନେକ କଥା ଶୁଣିବାକୁ ମିଳୁଥିବାବେଳେ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଦେଖିଲେ ସବୁ ଦୃଷ୍ଟରୁ ଫାଇଦା ମିଳିବ ବୋଲି କୁହାଯାଉଛି । କାରଣ  ସେ ଜଣେ ଦଳିତ ଚେହେରା ଏବଂ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ମଧ୍ୟ ।

Udyog Nursery
Udyogi Nursery

ଏଠି କହି ରଖିବୁ, ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆର ଆସନ୍ତା ବୈଠକରେ ଏକ ସାଧାରଣ କମିଟି ଚୟନ କରାଯାଇପାରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.