ଜଳ ଜଳ ହୋଇ ଦିଶୁଛି ମରୁଡ଼ିର ଚିତ୍ର; କ୍ଷେତରେ ଗୋରୁ ଛାଡିଲେ ଚାଷୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚଲିତ ବର୍ଷ କୋକସରା ବ୍ଳକର ଅଧିକାଂଶ ପଞ୍ଚାୟତରେ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଅନେକ ପଞ୍ଚାୟତର ଚାଷୀ ମରୁଡ଼ି ଘୋଷଣା ନେଇ ତହସିଲ କାର୍ଯ୍ୟାଳୟରେ ଦାବି କରି ଆସୁଛନ୍ତି। ନିଅଣ୍ଟିଆ ବର୍ଷା ଯୋଗୁଁ ବ୍ଲକର କାଉଡୋଲା ପଞ୍ଚାୟତ କୁସୁମଖୁଣ୍ଟି ଗ୍ରାମର ଚାଷୀମାନେ ଚାଷ ହେବା ଆଶା ଛାଡ଼ିଦେଲେଣି। ଏମିତି କି କିଛି ଚାଷୀ କ୍ଷେତରେ ଗାଇ ଗୋରୁ ଛାଡାଥିବା ମଧ୍ୟ ନଜରକୁ ଆସିଛି। ଏହି ଅଞ୍ଚଳର ଚାଷୀଙ୍କ କ୍ଷେତରେ କୌଣସି ଜଳସେଚନର ବ୍ୟବସ୍ଥା ନଥିବାବେଳେ ବର୍ଷା ଜଳ ଉପରେ ସମ୍ପର୍ଣ୍ଣ ଚାଷ ପାଇଁ ନିର୍ଭର କରନ୍ତି। ହେଲେ ଚଳିତ ବର୍ଷ ନିଆଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ଜଳ ଜଳ ହୋଇ ଦିଶିଲାଣି। ଏମିତିରେ ଧାର କରଜ କରି ଚାଷ କରିଥିବା ଚାଷୀ କେମିତି ସେସବୁ ପରିଶୋଧ କରିବେ ଓ ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ। ଆଗକୁ ଆଉ ବର୍ଷା ହେଲେ ମଧ୍ୟ ଚାଷ ହେବା ନେଇ ଆଶା ଛାଡ଼ିଦେଇଛନ୍ତି ଚାଷୀ। ଏପଟେ ବ୍ଳକ କୃଷି କାର୍ଯ୍ୟଳୟ ଚଳିତ ବର୍ଷ କୋକସରା ବ୍ଳକରେ ୧୯୫୩୦ ହେକ୍ଟର ଜମିରେ ଧାନଚାଷ ହୋବା ନେଇ ଲକ୍ଷ ରକ୍ଷିଥିବା ବେଳେ ମରୁଡ଼ି ପରିସ୍ଥିତି ଯୋଗୁଁ କୃଷି ବିଭାଗ ତା’ର ଲକ୍ଷ ପୂରଣ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଅନେକ ଅଭିଜ୍ଞ ଚାଷୀମାନେ ଅକଲନ କରିଛନ୍ତି। ଏବେ ଚାଷୀଙ୍କ ଜମିକୁ ସର୍ଜମିନ ତଦନ୍ତ କରି ମରୁଡ଼ି ଘୋଷଣା କରିବା ସହିତ ସହାୟତା ଯୋଗାଇ ଦେବାପାଇଁ ଚାଷୀମାନେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.