ରିଲିଜ୍ ହେଲା ‘ଯବାନ’ର ଟ୍ରେଲର, ଭିନ୍ନ ଅନ୍ଦାଜରେ ନଜର ଆସିଲେ କିଙ୍ଗ୍ ଖାନ୍

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍ ଖାନ୍ । ଏସବୁ ଭିତରେ ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ର ଟ୍ରେଲର । ଟ୍ରେଲର ଦେଖିବା ପରେ ଫ୍ୟାନ୍ସମାନେ ଚାତକ ପରି ଫିଲ୍ମକୁ ଚାହିଁ ରହିଛନ୍ତି। ତେବେ ଆସନ୍ତା ୭ ତାରିଖରେ ରିଲିଜ ହେବ କିଙ୍ଗ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ । ‘ଯବାନ’ ରିଲିଜ ହେବାର ସପ୍ତାହେ ପୂର୍ବରୁ ଟ୍ରେଲର ରିଲିଜ୍ ହୋଇଛି । ଶାହାରୁଖ ଦୁବାଇରେ ଥାଇ ‘ଯବାନ’ର ଟ୍ରେଲର ରିଲିଜ କରିଛନ୍ତି । ଏହି ଫିଲ୍ମ ପାଇଁ କିଙ୍ଗ୍ ଖାନ୍ କଠିନ ପରିଶ୍ରମ କରିଛନ୍ତି ବୋଲି କୁହାଯାଉଛି । ଏହି ଫିଲ୍ମରେ କିଙ୍ଗ୍ ଖାନଙ୍କୁ ୫ଟି ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ।  କିଙ୍ଗ୍ ଖାନଙ୍କ ଲୁକ୍ ଉପରେ ଫିଲ୍ମରେ ଅନେକ କାମ କରାଯାଇଛି । ତାଙ୍କୁ ଏହି ଫିଲ୍ମରେ ଭିନ୍ନ ଲୁକରେ ଦେଖିବାକୁ ମିଳିବ। ତାଙ୍କର ସମସ୍ତ ପାଞ୍ଚଟି ଲୁକ୍ ଏହି ଟ୍ରେଲରେ ମଧ୍ୟ ଦେଖିବାକୁ ମିଳିଛି । ଏହି ଟ୍ରେଲରକୁ  ଖୋଦ୍ ଅଭିନେତା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ନିକଟରେ, ଶାହାରୁଖ ଖାନଙ୍କ ଫିଲ୍ମ ଯବାନର ପ୍ରଥମ ଗୀତ ‘ଜିନ୍ଦା ବନ୍ଦା’ ରିଲିଜ ହୋଇଥିଲା । ଏହି ଫିଲ୍ମରେ କିଙ୍ଗ ଖାନଙ୍କ ବ୍ୟତିତ ସାଉଥ ଅଭିନେତ୍ରୀ ନୟନତାରା , ବିଜୟ ସେତୁପତି, ଦୀପିକା ପାଦୁକୋନ, ପ୍ରିୟମଣି ଏବଂ ସାନିଆ ମଲହୋତ୍ରାଙ୍କୁ ଦେଖିବାକୁ ମିଳିବ । ତେବେ ଫିଲ୍ମଟି ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ୍ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଟଲି। ଏବଂ ଫିଲ୍ମଟିର ନିର୍ମାତା ଅଛନ୍ତି କିଙ୍ଗ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଓ ଗୌରବ ବର୍ମା । ଫିଲ୍ମଟି ୩୦୦ କୋଟି ବଜେଟରେ ନିର୍ମାଣ ହୋଇଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.