ଭୁବନେଶ୍ୱରରୁ ଉତ୍କେଲାକୁ ବିମାନ ସେବା ଆରମ୍ଭ : ଭର୍ଚୁଆଲରେ ଶୁଭାରମ୍ଭ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଫ୍ଲାଗଅପ୍ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜିଠୁ ଉତ୍କେଳାକୁ ଉଡ଼ିଲା ବିମାନ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଉତକେଲା ବିମାନ ବନ୍ଦରକୁ ପ୍ରଥମ ବିମାନ ଯାତ୍ରାର ଶୁଭାରମ୍ଭ ହୋଇଛି। ତେବେ ଗ୍ବାଲିଅରରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଏହାର ଉଦଘାଟନ କରିଥିବାବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅପ୍ କରିଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କ୍ଯାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପୁଷ୍ପେନ୍ଦ୍ର ସିଂଦେଓ ପ୍ରଥମ ଯାତ୍ରୀ ଭାବେ ଭୁବନେଶ୍ୱରରୁ ଉତ୍କେଲା ଆସିଛନ୍ତି। ଉତ୍କେଳାରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ବହୁପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେଇଥିବା ବେଳେ କଳାହାଣ୍ଡିବାସୀଙ୍କ ଅଧୁରା ସ୍ୱପ୍ନ ମଧ୍ୟ ପୂରଣ ହୋଇଛି। ଆଉ ଏହାକୁ ନେଇ ଜିଲ୍ଲାବାସୀ ବେଶ୍ ଖୁସି ଅଛନ୍ତି। ବର୍ତମାନ ଟିକେଟର ମୂଲ୍ୟ ୯୯୯ ରହିଥିବା ବେଳେ ଟ୍ୟାକ୍ସ ସହ ୧ହଜାର ୪୦ ଟଙ୍କା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.