ମାଉଣ୍ଟେନ କିଡ୍ସ ସ୍କୁଲରେ ସ୍ୱଗାତ ସମାରୋହ 

ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଏଡ଼ମିଶନ ନେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱଗତ ଉତ୍ସଵ ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଛି । ବିଦ୍ୟାଳୟର ସମ୍ମେଳନ କକ୍ଷରେ ଆଜି ଶନିବାର ଦିବା ୧୦ ଘଣ୍ଟା ସମୟରେ ବିଦ୍ୟାଳୟର ଯୁକ୍ତଦୁଇ କଳା ଓ ବିଜ୍ଞାନ ବିଭାଗରେ ନାମ ଲେଖାଇ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କତ୍ତୃପକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଫୁଲ ଚନ୍ଦନ ଦେଇ, ସେମାନଙ୍କ ଭବିଷ୍ୟତ ଜୀବନ ଉଜ୍ଜ୍ୱଳ ମନାସୀ ସ୍ୱଗାତ କରିଥିଲେ । ଏହାପରେ ବିଦ୍ୟାଳୟର ଚେୟାରମ୍ୟାନ ନବୀନ କିଶୋର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ,  ମୁଖ୍ୟ ବକ୍ତା ଭାବରେ ପ୍ରଗତିବାଦୀ ଖବର କାଗଜର ନର୍ଲା ପ୍ରତିନିଧି ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଶିକ୍ଷା ହିଁ ଜୀବନର ମୂଳମନ୍ତ୍ର ବୋଲି ତାଙ୍କ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝୀ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ତାଙ୍କ ଶିକ୍ଷକତା ଜୀବନର ଅନୁଭୂତି ଦର୍ଶାଇ ଛାତ୍ରଛାତ୍ରୀ ସତମାର୍ଗରେ ରହି କ୍ୟାରିଅର ଗଠନ କରନ୍ତୁ ବୋଲି କହିଥିଲେ । ବିଦ୍ୟାଳୟ ଉପାଧ୍ୟକ୍ଷା ସଂଘମିତ୍ରା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଜ୍ଞାନ ଶିକ୍ଷୟତ୍ରୀ ସୁଗନ୍ଧା ନିଆଲ ମଞ୍ଚ ସଂଯୋଜନା କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସମ୍ବଲପୁରୀ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ଦାସ ସମସ୍ତ ଛାତ୍ରଛାତ୍ରୀଙ୍କ ଶୁଭ ମନାସୀ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.